ଭୁବନେଶ୍ବର, ଶେଷରେ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଆସନ୍ତା ସୋମବାରଠାରୁ ଖୋଲିବ। ଏ ନେଇ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, ରାଜ୍ୟରେ ଥିବା ସମସ୍ତ ବୈଷୟିକ ବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟ , ଇଂଜିନିୟରିଂ କଲେଜ, ସହିତ ଡିପ୍ଲୋମା ପ୍ରଭୃତି ଅନୁଷ୍ଠାନ ଖୋଲାଯିବ। ତେବେ ରାଜ୍ୟ ସରକାର କୋଭିଡ କଟକଣା ପାଇଁ ଯେଉଁ ମାର୍ଗଦର୍ଶୀ ଜାରି କରିଛନ୍ତି ତାହାକୁ ପାଳନ କରି ଅନୁଷ୍ଠାନ ଖୋଲିବାକୁ କୁହାଯାଇଛି। ତେବେ କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ଏହି ଅନୁମତି ପ୍ରଦାନ କରାଯାଇଛି।