ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୪୪ ଜଣ କରୋନା ଆକ୍ରାନ୍ତ

Published: Jan 8, 2021, 8:06 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୨୪୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଅନୁଗୁଳରୁ ୩୨, ସମ୍ବଲପୁରରୁ ୨୮, ବରଗଡରୁ ୨୪, କଟକରୁ ୨୩, ସୁନ୍ଦରଗଡରୁ ୧୭, ଯାଜପୁରରୁ ୧୫, ଝାରସୁଗୁଡାରୁ ୧୫, ବାଲେଶ୍ବରରୁ ୧୪, କେନ୍ଦ୍ରାପଡ଼ାରୁ ୧୦, ବଲାଙ୍ଗୀରିରୁ ୮, କେନ୍ଦୁଝରରୁ ୭, ଖୋର୍ଦ୍ଧାରୁ ୭, ଜଗତସିଂହପୁରରୁ ୬, ମୟୂରଭଞ୍ଜରୁ ୬, କଳାହାଣ୍ଡିରୁ ୪, ମାଲକାନାଗିରିରୁ ୪, ବୌଦ୍ଧରୁ ୩, ନବରଙ୍ଗପୁରରୁ ୩, ନୟାଗଡରୁ ୩, ସୋନପୁରରୁ ୩, ନୂଆପଡ଼ାରୁ ୨, ଦେବଗଡ଼ରୁ ୧, ଗଞ୍ଜାମରୁ ୧, କନ୍ଧମାଳରୁ ୧, କୋରାପୁଟରୁ ୧ ଏବଂ ଷ୍ଟେଟପୁଲରୁ ୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୭ ହଜାର ୫୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୧ ହଜାର ୩୯୬ କୁ ବୃଦ୍ଧି ହୋଇଛି। ତେବେ ୧ ହାଜର ୯୧୯ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୮୯୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts