ଫୁଲବାଣୀ: ଆଜି ରାତି ପ୍ରାୟ ୯ଟା ୫୦ ସମୟରେ କନ୍ଧମାଳ ଜିଲ୍ଲାର କିଛି ସ୍ଥାନର ମୃଦ ଭୂମିକମ୍ପ ଅନୁଭୂତ ହୋଇଛି । ଜିଲ୍ଲାର ଦାରିଙ୍ଗବାଡ଼ି, ରାଇକିଆ ସହ ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି । ରିଚର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୨ ଥିବା ଜଣାପଡ଼ିଛି । ମୃଦୁ ଭୂମିକମ୍ପ ଝଟକା ପ୍ରାୟ ୫ରୁ ୬ ସେକେଣ୍ଡ ପାଇଁ ଅନୁଭୂତ ହୋଇଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବାର ଜଣାପଡିଛି।