ଭୁବନେଶ୍ବର, ବହୁ ମାସ ପରେ ଶେଷରେ ବରିଷ୍ଠ ଆଇପିଏସ ତଥା ପୂର୍ବତନ ଡିଜି ବିଜୟ ଶର୍ମାଙ୍କୁ ନିଯୁକ୍ତି ମିଳିଛି। ତାଙ୍କୁ ପୋଲିସ ପ୍ରିଣ୍ଟିଂ ଏବଂ ପବ୍ଲିକେସନ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ସେ କିଛିଦିନ ପାଇଁ ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ବରେ ଥିଲେ। ହେଲେ ସେତେବେଳେ ଅଗ୍ନିଶମ ପ୍ରମାଣପତ୍ର ହେରଫେର ଅଭିଯୋଗରେ ତାଙ୍କୁ ରାଜ୍ୟ ସରକାର ନିଳମ୍ବନ କରିଥିଲେ। ଏହାପରେ ସେ ଗୃହ ବିଭାଗର ଓଏସଡି ଭାବେ କାର୍ଯ୍ୟ କରୁଥିଲେ।