ମୁମ୍ବାଇ, ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାର ଜେନେରାଲ ହସ୍ପିଟାଲରେ ଗତକାଲି ମଧ୍ୟରାତ୍ରିରେ ନିଆଁ ଲାଗିଯାଇଥିଲା । ଫଳରେ ଶିଶୁ କେୟାର ୟୁନିଟରେ ୧୦ ଜଣ ନବଜାତ ଶିଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ରାତି ପ୍ରାୟ ୨ ଟାରେ ଜଣେ ନର୍ସ ପ୍ରଥମେ ୱାର୍ଡରେ ନିଆଁ ଦେଖିଥିଲେ। ଚାହୁଁ ଚାହୁଁ ନିଆଁ ବ୍ୟାପିବାରେ ଲାଗିଲା। ଏହି ସମୟ ଶିଶୁ ୟୁନିଟରେ ଥିବା ୧୭ ଟି ଶିଶୁଙ୍କ ମଧ୍ୟରୁ କେବଳ ୭ ଜଣଙ୍କୁ ଉଦ୍ଧାର କରାଯାଇପାରିଥିଲା । ଏହି ଅଗ୍ନିକାଣ୍ଡର କାରଣ ଏକ ସର୍ଟ ସର୍କିଟ ବୋଲି କୁହାଯାଉଛି ।
ଏହି ଘଟଣାର ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ମୃତ ଶିଶୁ ପରିବାରଙ୍କୁ ପାଞ୍ଚ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି।