
ଭୁବନେଶ୍ଵର: ଆଜି ରାଜ୍ୟରୁ ୨୬୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଆଜି ସର୍ବାଧିକ କଟକରୁ ୪୧, ଅନୁଗୁଳରୁ ୩୧, ସମ୍ବଲପୁରରୁ ୨୬, ନୂଆପଡାରୁ ୨୬, ସୁନ୍ଦରଗଡରୁ ୧୯, ବାଲେଶ୍ବରରୁ ୧୫, ଯାଜପୁରରୁ ୧୫, ମୟୂରଭଞ୍ଜରୁ ୧୫, ବରଗଡରୁ ୧୪, ଝାରସୁଗୁଡାରୁ ୧୪, ଖୋର୍ଦ୍ଧାରୁ ୧୪, କେନ୍ଦ୍ରାପଡାରୁ ୧୦, ବଲାଙ୍ଗୀରିରୁ ୧୩, କେନ୍ଦ୍ରାପଡାରୁ ୧୦, ଜଗତସିଂହପୁରରୁ ୫, ଗଞ୍ଜାମରୁ ୩, କଳାହାଣ୍ଡିରୁ ୨, ନୟାଗଡରୁ ୨, ସୋନପୁରରୁ ୨, ମାଲକାନାଗିରିରୁ ୧ ଏବଂ ଷ୍ଟେଟପୁଲରୁ ୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୭ ହଜାର ୮୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୧ ହଜାର ୬୦୨ କୁ ବୃଦ୍ଧି ହୋଇଛି। ତେବେ ୧ ହାଜର ୮୫୫ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୮୯୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।