Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆ ପକ୍ଷରୁ ପ୍ରଥମ ଓଡିକନ୍ – ୨୦୨୧ ଆୟୋଜନ: ଯୋଗ ଦେଲେ ଆନ୍ତର୍ଜାତିକ ବିଶେଷଜ୍ଞ
ଆଜିର ଖବର

ସୋଆ ପକ୍ଷରୁ ପ୍ରଥମ ଓଡିକନ୍ – ୨୦୨୧ ଆୟୋଜନ: ଯୋଗ ଦେଲେ ଆନ୍ତର୍ଜାତିକ ବିଶେଷଜ୍ଞ

January 9, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଦୁଇ ଦିନିଆ ପ୍ରଥମ ଓଡ଼ିଶା ଅନ୍ତର୍ଜାତୀୟ କର୍ମଶାଳା ‘ଇଲେକ୍ଟ୍ରିକାଲ୍ ପାୱାର ଇଞ୍ଜିନିୟରିଂ, କମୁନିକେସନ୍ ଆଣ୍ଡ କମ୍ପ୍ୟୁଟିଙ୍ଗ୍ ଟେକ୍ନୋଲୋଜି’ (ଓଡିକନ୍‌-୨୦୨୧)ର ଆୟୋଜନ କରାଯାଇଥିବା ବେଳେ ଏହି କର୍ମଶାଳାରେ ରିନ୍ୟୁଏବଲ୍ ଏନର୍ଜି ଏବଂ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ ଭଳି ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା।

ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଅଧିନସ୍ଥ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଆୟୋଜନ କରାଯାଇଥିବା ଏହି ଭର୍ଚୁଆଲ୍ କର୍ମଶାଳା ଶନିବାର ଶେଷ ହୋଇଛି।

ଗବେଷକ, ବୈଜ୍ଞାନିକ, ଇଞ୍ଜିନିୟର ଏବଂ ଗବେଷକ ଛାତ୍ରଛାତ୍ରୀଙ୍କୁ ଏକାଠି କରିବା ସହ ସେମାନଙ୍କ ଅନୁଭୂତିର ଆଦାନପ୍ରଦାନ, ନୂତନ ଚିନ୍ତାଧାରା ସମ୍ପର୍କିତ ଆଲୋଚନା ଏବଂ ଇଞ୍ଜିନିୟରିଂ, ବିଜ୍ଞାନ ଓ ପ୍ରଯୁକ୍ତି, ବିଶେଷ ଭାବରେ ସଷ୍ଟେନେବୁଲ୍ ଆଣ୍ଡ କ୍ଲିନ୍‌ ଏନର୍ଜି ଦିଗକୁ ନେଇ ଅଧିକ ଆଲୋଚନା କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ସୂଚନା ଦେଇଛନ୍ତି ଆଇଟିଇଆର୍‌ର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗ ମୁଖ୍ୟ ତଥା ଓଡ଼ିକନ୍‌-୨୦୨୧ର ଜେନେରାଲ୍ ଚେୟାର ପ୍ରଫେସର ରେଣୁ
ଶର୍ମା।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କୋଲକାତା ସ୍ଥିତ ଇଣ୍ଡିଆନ୍ ଷ୍ଟାଟିଷ୍ଟିକାଲ୍ ଇନ୍‌ଷ୍ଟିଚ୍ୟୁଟ୍ ର ପ୍ରଫେସର ସୁସ୍ମିତା ମିତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଇଇଇଇ, ବାଂଲାଦେଶ ଶାଖାର ଚେୟାର ପ୍ରଫେସର ସେଲିଆ ସାହାନାଜ ସ୍ୱତନ୍ତ୍ର ଅତିଥି ଭାବେ ଯେ।।ଗ ଦେଇଥିଲେ। ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ଆଇଇଇଇ, ଭୁବନେଶ୍ୱରର ଚେୟାର ପ୍ରଫେସର ଏ.କେ. ତ୍ରିପାଠୀ, ଆଇଆଇଟି, ଭୁବନେଶ୍ୱରର ତଥା ଆଇଇଇଇ, ଭୁବନେଶ୍ୱର ଉପଶାଖାର ସଚିବ ପ୍ରଫେସର ଏସ୍‌.ଆର୍‌. ସାମନ୍ତରାୟ ବକ୍ତା ଭାବେ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ।

ସେହିପରି ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ବାଂଲାଦେଶ ସ୍ଥିତ ବିୟୁଇଟିର ପ୍ରଫେସର ଶେଖ୍ ଫତାହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଯାଦବପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଶିବାଜୀ ଚକ୍ରବର୍ତୀ ଏବଂ ମାଲେସିଆ ସ୍ଥିତ ୟୁନିଭର୍ସିଟି ଟେକ୍ନୋଲୋଜି ମାରାର ଡଃ ନୟିମ୍ ହନୁନ୍ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ତଥା ଏଆଇସିଟିଇର ପୂର୍ବତନ ଅଧ୍ୟକ୍ଷ ଓ ଆଇଆଇଟି, ଖଡଗପୁରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର (ଡଃ) ଦାମୋଦର ଆଚାର୍ଯ୍ୟ, ଆଇଟିଇଆର୍ ଡିନ୍ ପ୍ରଫେସର ପି.କେ.ସାହୁ, ସୋଆର ଡିନ୍ (ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଂଟ) ପ୍ରଫେସର ପି.କେ. ନନ୍ଦ ଏବଂ ଓଡିକନ୍‌-୨୦୨୧ର ଅର୍ଗାନାଇଜିଂ ଚେୟାର ଡଃ ମନୋଜ କୁମାର ଦେବନାଥ ଏହି କର୍ମଶାଳାରେ ବକ୍ତବ୍ୟ ରଖିଥିଲେ।

କର୍ମଶାଳାରେ ମନ୍‌ଟ୍ରିଲ୍ ସ୍ଥିତ କନ୍‌କଡି ର୍ଆ ବିଶ୍ୱବିଦ୍ୟାଳୟର ଡଃ ଅକ୍ଷୟ କୁମାର ରାଠୋର୍‌, ଆଇଆଇଟି, ଦିଲ୍ଲୀର ପ୍ରଫେସର ବିଜୟ କେତନ ପାଣିଗ୍ରାହୀ, ଆଇଆଇଟି, ଭୁବନେଶ୍ୱରର ପ୍ରଫେସର ଗଣପତି ପଣ୍ଡା ଏବଂ ଆଇଏସ୍‌ଆଇ, କୋଲକାତାର ଡଃ ସ୍ୱାଗତମ୍ ଦାସ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ।

ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.