ପୁରୀ: ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ନେଇ ଆଜି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସମୀକ୍ଷା ବୈଠକରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ନୀତି ନିୟମ ନିର୍ଦ୍ଧାରଣ କରାଯାଇଛି। ଜାନୁଆରୀ ୨୧ ତାରିଖରେ ସମସ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହି ତାରିଖରୁ ଭକ୍ତଙ୍କ ଲାଗି କୋଭିଡ଼ ନେଗେଟିଭ ରିପୋର୍ଟ ଆବଶ୍ୟକ ପଡ଼ିବ ନାହିଁ। ବୟସ୍କଙ୍କ ପାଇଁ ଅଲଗା ଧାଡି ବ୍ୟବସ୍ଥା କରାଯିବ। ଏନେଇ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି।
ପୁରୀ ବାସିନ୍ଦାଙ୍କ ପାଇଁ ସକାଳୁ ୬ ଟାରୁ ୭ ଟା ପର୍ଯ୍ୟନ୍ତ ଦର୍ଶନ କରିବାକୁ ସୁଯୋଗ ମିଳିବ। ପୁରୀ ବାସିନ୍ଦା ଅନ୍ୟ ସମୟରେ ଯଦି ଦର୍ଶନ କରିବାକୁ ଚାହାନ୍ତି, ତେବେ ଧାଡିରେ ଆସି ଦର୍ଶନ କରିପାରିବେ। ପୁରୀ ବାହାରୁ ଆସୁଥିବା ଭକ୍ତଙ୍କ ପାଇଁ ୭ ଟାରୁ ଦର୍ଶନ ଆରମ୍ଭ କରାଯିବ। ଗୋଟିଏ ଦିନରେ ୩୦ ହଜାର ପର୍ଯ୍ୟନ୍ତ ଭକ୍ତ ଦର୍ଶନ କରିବା ନେଇ ଅନୁମତି ମିଳିଛି। ଏସବୁ ନିୟମ ଜାନୁୟାରୀ ୨୧ ରୁ ଫେବୃଆରୀ ୨୧ ପର୍ଯ୍ୟନ୍ତ ଯାଏଁ ଲାଗୁ ରହିବ।