
ଭୁବନେଶ୍ଵର: ଆଜି ରାଜ୍ୟରୁ ୨୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଆଜି ସର୍ବାଧିକ ସମ୍ବଲପୁରରୁ ୩୬, ସୁନ୍ଦରଗଡରୁ ୩୪, ଅନୁଗୁଳରୁ ୨୮, ବରଗଡରୁ ୧୫, ଖୋର୍ଦ୍ଧାରୁ ୧୩, ପୁରୀରୁ ୧୩, ନୂଆପଡ଼ାରୁ ୧୦, ଯାଜପୁରରୁ ୯, ବାଲେଶ୍ବରରୁ ୮, କେନ୍ଦ୍ରାପଡାରୁ ୮, ଝାରସୁଗୁଡାରୁ ୭, ମୟୂରଭଞ୍ଜରୁ ୭, ବଲାଙ୍ଗୀରିରୁ ୬, କୋରାପୁଟରୁ ୫, କଟକରୁ ୪, କେନ୍ଦୁଝରରୁ ୪, ବୌଦ୍ଧରୁ ୩, ଗଞ୍ଜାମରୁ ୩, ଜଗତସିଂହପୁରରୁ ୩, କନ୍ଧମାଳରୁ ୩, ଢେଙ୍କାନାଳରୁ ୨, ସୋନପୁରରୁ ୨, ଭଦ୍ରକରୁ ୧, ନୟାଗଡରୁ ୧ ଏବଂ ଷ୍ଟେଟପୁଲରୁ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୮ ହଜାର ୨୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୧୦୬ କୁ ବୃଦ୍ଧି ହୋଇଛି। ତେବେ ୧ ହାଜର ୮୯୦ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୮୯୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।