ପରୀକ୍ଷାଗାରରୁ ବାହାରକୁ ଆସିଲା କରୋନା ଟୀକା, ସିରମ ସଂସ୍ଥାରୁ ବିଭିନ୍ନ ସ୍ଥାନକୁ ଟୀକା ଯୋଗାଣ ଆରମ୍ଭ

Published: Jan 12, 2021, 11:07 am IST

ନୂଆଦିଲ୍ଲୀ, ଆଜି ପ୍ରଥମ ଥର ପାଇଁ ସିରମ ସଂସ୍ଥାରୁ କୋରନା ଟୀକା ବାହାରକୁ ବାହାରିଛି। ଆସନ୍ତା 16 ତାରିଖରେ ଟୀକାକରଣ କରାଯାଉଥିବାରୁ ଆଜିଠାରୁ ଏହି ଟୀକା ଯୋଗାଣ ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ଏକ ସୁରକ୍ଷିତ ଗାଡିରେ ପୁନେସ୍ଥିତ ସିରମ ସଂସ୍ଥାରୁ କରୋନା ଟୀକା ନୂଆଦିଲ୍ଲୀ ଆସିଛି। ସେଠାରେ ବିମାନ ଯୋଗେ ବିଭିନ୍ନ ରାଜ୍ୟକୁ ପଠାଯିବ।

ତେବେ ଟୀକା ପରିବହନକୁ ମଧ୍ୟ ସୁରକ୍ଷିତ କରିବା ପାଇଁ ସିରମ ସଂସ୍ଥା ତଥା କେନ୍ଦ୍ର ସରକାର ମଧ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ଏକ ସ୍ବତନ୍ତ୍ର ଗାଡିର ବ୍ୟବହାର କରାଯାଉଛି, ଯେଉଁଥିରେ ଏହି ଟୀକାକୁ ଶୀତଳତା ପ୍ରଦାନ କରିବ।

Related posts