
ଅହମ୍ମଦାବାଦ, କେନ୍ଦ୍ର ଗୃହମନ୍ତ୍ରୀ ବର୍ତ୍ତମାନ ନିଜ ରାଜ୍ୟ ଗୁଜୁରାଟ ଗସ୍ତରେ ଅଛନ୍ତି। ମକର ସଂକ୍ରାନ୍ତି ଉପଲକ୍ଷେ ସେ ଅହମ୍ମଦାବାଦରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସେ ଆଜି ସକାଳୁ ଶ୍ରୀଜଗନ୍ନାଥ ମନ୍ଦିରରେ ତିନିଠାକୁରଙ୍କୁ ଦର୍ଶନ କରିଛନ୍ତି। ଏଥିସହିତ ସେଠାରେ ସେ ମକର ସଂକ୍ରାନ୍ତି ଉପଲକ୍ଷେ ଗୋ ପୂଜା ମଧ୍ୟ କରିଛନ୍ତି। ଏଥିରେ ସେ ପରିବାର ସହ ଏହି ପୂଜାରେ ସାମିଲ ହୋଇଥିଲେ।
ସେହିପରି ମକର ସଂକ୍ରାନ୍ତିରେ ଗୁଡି ଉଡା ଏକ ପର୍ବ ଭାବରେ ରହିଆସିଛି। ସେହି ଗୁଡି ଉଡା କାର୍ଯ୍ୟକ୍ରମରେ ମଧ୍ୟ ଅମିତ ସାହା ଯୋଗ ଦେଇଥିଲେ। ଅହମ୍ମଦାବାଦର ତାଙ୍କର ଜଣେ ପୁରୁଣା ବନ୍ଧୁଙ୍କ ଘରକୁ ଯାଇ ଛାତରେ ଏହି ଗୁଡି ଉଡାଇଥିଲେ। ତାଙ୍କର ଗସ୍ତକୁ ନେଇ ଅହମ୍ମଦାବାଦରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି।