ଭୁବନେଶ୍ବର: ରାଜ୍ୟରେ ଆଜି ୧୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୦୬ ଜଣ ଚିହ୍ନଟ ହୋଇଥିବାବେଳେ ୭୭ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୩୧୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୯ ହଜାର ୩୧୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ ହଜାର ୩୯ ଜଣ।
ସେହିପରି ଆଜି ରାଜ୍ୟରୁ ଆଉ ଜଣେ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି। ତେବେ ରାଜ୍ୟରେ କରୋନା ଯୋଗୁଁ ମୋଟ ମୃତ୍ୟୁବରଣ କରଛନ୍ତି ୧୯୦୦ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।
ଆଜି ରାଜ୍ୟର ୨୩ ଟି ଜିଲ୍ଲାରୁ ମୋଟ୍ ୧୮୩ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ଅନୁଗୁଳରୁ ୨୦, ବାଲେଶ୍ଵର ଜିଲ୍ଲାରୁ ୬ ଜଣ, ବରଗଡ଼ ଜିଲ୍ଲାରୁ ୧୦ ଜଣ, ଭଦ୍ରକ ଜିଲ୍ଲାରୁ ୧, ବଲାଙ୍ଗୀରିରୁ ଜିଲ୍ଲାରୁ ୩, ବୌଦ୍ଧ ଜିଲ୍ଲାରୁ ୧, କଟକରୁ ୭ ଜଣ, ଦେବଗଡ଼ରୁ ୨, ଗଜପତି ଜିଲ୍ଲାରୁ ୩, ଗଞ୍ଜାମ ଜିଲ୍ଲାରୁ ୧, ଯାଜପୁର ଜିଲ୍ଲାରୁ ୭, ଝାରସୁଗୁଡା ଜିଲ୍ଲାରୁ ୧୧, କଳାହାଣ୍ଡିରୁ ୧, କନ୍ଧମାଳ ଜିଲ୍ଲାରୁ ୧, କେନ୍ଦ୍ରାପଡା ଜିଲ୍ଲାରୁ ୪, କେନ୍ଦୁଝର ଜିଲ୍ଲାରୁ ୩, ଖୋର୍ଦ୍ଧା ଜିଲ୍ଲାରୁ ୧୯ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୮ ଜଣ, ନୟାଗଡ ଜିଲ୍ଲାରୁ ୧, ନୂଆପଡ଼ା ଜିଲ୍ଲାରୁ ୧୮ ଜଣ, ପୁରୀ ଜିଲ୍ଲାରୁ ୧୩ ଜଣ, ସମ୍ବଲପୁରରୁ ୨୯, ସୁନ୍ଦରଗଡ ଜିଲ୍ଲାରୁ ୧୮ ଏବଂ ଷ୍ଟେଟ ପୁଲ୍ରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।