
ଭୁବନେଶ୍ବର, ଆଜି ରାତିରେ ପାଞ୍ଚୋଟି ଜିଲ୍ଲାରେ ଦେଖାଦେବ ଘନ କୁହୁଡି। ଏପରିକି ଏହି କୁହୁଡି ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ରହିବ। ସେଥିପାଇଁ ଏହି ଜିଲ୍ଲାର ଜିଲ୍ଲାପଳଙ୍କୁ ସତର୍କ ରହିବା ପାଇଁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ଏହି ପାଞ୍ଚୋଟି ଜିଲ୍ଲା ହେଲା ବୌଦ୍ଧ, ନୟାଗଡ, କନ୍ଧମାଳ, ପୁରୀ ଏବଂ କଳାହାଣ୍ଡି। ଏହି ଜିଲ୍ଲାରେ ଅନେକ ସ୍ଥାନରେ ଏହି ଘନ କୁହୁଡି ଦେଖାଦେବ।
ଜିଲ୍ଲାପାଳଙ୍କୁ ଏସଆରସି କହିଛନ୍ତି ଯେ, ରାତିରେ ଯାନବାହନ ଚଳାଚଳରେ ଅସୁବିଧା ସୃଷ୍ଟି ହୋଇପାରେ। ସେଥିପାଇଁ ସଜାଗ ରହି ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି କୁହାଯାଇଛି। ବିଶେଷ କରି ରାଜପଥଗୁଡିକରେ ଅଧିକ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
Tags: ଘନ କୁହୁଡି