ବାଲାଟ ପେପର ନୁହେଁ ଇଭିଏମ୍‌ରେ ହେବ ନିଜାମାବାଦ ନିର୍ବାଚନ

Published: Apr 1, 2019, 2:05 pm IST
evm instead of ballot

ବାଲାଟ ପେପର ନୁହେଁ ଇଭିଏମ୍‌ରେ ନିଜାମାବାଦରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ନିଜାମାବାଦ ଲୋକସଭା ଆସନରେ ବ୍ୟାଲଟ ପେପରରେ ମତଦାନ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି ନିର୍ବାଚନ କମିଶନ। ଦୁଇଟି ଇଭିଏମ ଲଗାଇ ୧୮୫ ପ୍ରାର୍ଥୀଙ୍କୁ ନିଜମାବାଦ ସଂସଦୀୟ କ୍ଷେତ୍ରର ଭୋଟର ଭୋଟ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ। ଜାତୀୟ ନିର୍ବାଚନ କମିଶନ ଏ ନେଇ ତେଲେଙ୍ଗାନା ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ତେଲେଙ୍ଗାନା ନିର୍ବାଚନ ଅଧିକାରୀ ରଜତ କୁମାର ମଧ୍ୟ ଏହି ପ୍ରସ୍ତାବ ଦେଇଥିଲେ।ନିଜାମାବାଦ ଲୋକସଭା ଆସନରେ ମତଦାନ ପାଇଁ ଏମ-୩ ଇଭିଏମ ଲାଗିବ। ଇସିଆଇଏଲକୁ ଏଥିପାଇଁ ୨୬ ହଜାର ୮୨୦ ବ୍ୟାଲଟ ୟୁନିଟ, ୨୨୪୦ କଣ୍ଟ୍ରୋଲ ୟୁନିଟ ଏବଂ ଏମ ୩ କ୍ୟାଟୋଗରୀର ୨୬ଶହ ଭିଭିପ୍ୟାଟ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। ସୂଚନାଯୋଗ୍ୟ ନିଜାମାବାଦରେ ୧୮୫ ଜଣ ଲୋକସଭା ପ୍ରାର୍ଥୀ ରହିଛନ୍ତି। ଇଭିଏମରେ ୬୩ ଜଣ ପ୍ରାର୍ଥୀଙ୍କ ତାଲିକା ରଖିବାର କ୍ଷମତା ଥିବାରୁ ବ୍ୟାଲଟ ପେପରରେ ମତଦାନ ପାଇଁ ନିଷ୍ପତ୍ତି ନେଇଥିଲେ ନିର୍ବାଚନ କମିଶନ। ୧୮୫ ପ୍ରାର୍ଥୀଙ୍କ ମଧ୍ୟରେ ୧୭୮ ଜଣ ଚାଷୀ ପ୍ରାର୍ଥୀ ହୋଇଛନ୍ତି। ଚାଷୀମାନେ ହଳଦୀ ଏବଂ ଅନ୍ୟାନ୍ୟ ଉତ୍ପାଦର ମୂଲ୍ୟ ବୃଦ୍ଧି ଦାବି କରିବା ସହିତ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ. କବିତାଙ୍କୁ ବିରୋଧ କରି ନିର୍ବାଚନରେ ଛିଡା ହୋଇଛନ୍ତି ।

Related posts