ଦୁଇ ବିରାଟକାୟ ଅଜଗର ଉଦ୍ଧାର

Published: Jan 19, 2021, 12:25 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ପଲ୍ଲୀ ଗୁମୁଳା ଗ୍ରାମ ନୂଆ ବନ୍ଧ ନିକଟରେ ଦୁଇଟି ଅଜଗର ସାପକୁ ଉଦ୍ଧାର କରାଯାଇଛି। ନୂଆ ବନ୍ଧର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଥିବାବେଳେ ଜେସିବି ମେସିନ୍ ଦ୍ୱାରା ପାଣି ବାହାର କରିବାକୁ ନାଳ ଖୋଳା ଯାଉଥିଲା। ଉକ୍ତ ନାଳ ଖୋଳିବା ସମୟରେ ଗୋଟିଏ ବଡ଼ ପାଇପ୍ ମଧ୍ୟରୁ ଦୁଇଟି ଅଜଗର ସାପ ବାହାରକୁ ଆସିଥିଲା।

ଗୋଟିଏ ୭ ଫୁଟର ଅଜଗରକୁ ଜେସିବି ଚାଳକ କୌଶଳ କ୍ରମେ ଗାଡ଼ିର ଶୁଣ୍ଢରେ ଦାବି ରଖିଥିଲେ। ଅନ୍ୟ ଗୋଟିଏ ସାପ ଗାଡ଼ିର ଇଂଜିନ୍ ମଧ୍ୟରେ ପ୍ରବେଶ କରିଥିଲେ। ଏହାପରେ ସ୍ନେକ ହେଲପ୍ ଲାଇନ୍‌କୁ ଜଣାଇଥିଲେ। ସ୍ନେକ ହେଲପ୍ ଲାଇନ୍ ସଦସ୍ୟ ସ୍ୱାଧୀନ କୁମାର ସାହୁ ତାଙ୍କ ସହଯୋଗୀ ଶ୍ରୀକାନ୍ତ ନାହାକ ଓ ସନ୍ଦୀପ ସେଠୀଙ୍କ ସହ ପହଞ୍ଚିଥିଲେ। ପ୍ରଥମେ ସାତଫୁଟର ଅଜଗର ସାପକୁ ଉଦ୍ଧାର କରିଥିଲେ।

ଏହାପରେ ଦୀର୍ଘ ତିନିଘଣ୍ଟା ପରିଶ୍ରମ ପରେ ଅନ୍ୟ ଗୋଟିଏ ଅଜଗର ଯାହାର ଲମ୍ବ ୧୧ ଫୁଟ ହେବ ତାକୁ ଉଦ୍ଧାର କରିଥିଲେ। ଏଥିରେ ଗ୍ରାମବାସୀଙ୍କ ସହ ଭିଡ଼ିଓ ସାମ୍ବାଦିକ ଲିକୁ ଡ଼ାକୁଆ ଏବଂ ଗୌରୀ ଶଙ୍କର ମିଶ୍ର ସହଯୋଗ କରିଥିଲେ। ଶେଷରେ ଗ୍ରାମବାସୀ ଓ ସ୍ଥାନୀୟ ସରପଞ୍ଚ ସ୍ନେକ ହେଲ୍‌ପ ଲାଇନ୍ ସଦସ୍ୟମାନଙ୍କୁ ତାଙ୍କର ନିଷ୍ଠାପର ସେବା ଓ କଠିନ ଶ୍ରମ ପାଇଁ ଧନ୍ୟବାଦ ଜଣାଇଥିଲେ।

Related posts