
କଟକ: ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକର ଖାନନଗର ଠାରେ ଏକ ବସ ଟର୍ମିନାଲର ଶିଳାନ୍ୟାସ କରିଛନ୍ତି। ନେତାଜୀଙ୍କ ନାମରେ ଏହି ନୂତନ ବସ ଟର୍ମିନାଲର ନାମାକାରଣ କରାଯାଇଛି। ୧୨ ଏକର ଜମିରେ ଏହି ନୂଆ ବସ ଟର୍ମିନାଲକୁ ପ୍ରସ୍ତୁତ କରାଯିବ। ଯାହାର ବ୍ୟୟ ଅଟକଳ ୬୫ କୋଟି ଟଙ୍କା ରହିଛି। ଶିଳାନ୍ୟାସ ସହ ନେତାଜୀଙ୍କ ବଳିଦାନର ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନେତାଜୀଙ୍କ ସଂଗ୍ରାହଳୟକୁ ଯାଇଥିଲେ ଏବଂ ସେଠାରେ ନେତାଜୀଙ୍କ ପ୍ରତ୍ତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ। ଏହା ସହିତ ମୁଖ୍ୟମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରି ନୂଆ ବସ ଟର୍ମିନାଲ ଉଦ୍ଦେଶ୍ୟରେ ଖାନନଗରରେ ପହଞ୍ଚିଥିଲେ।