ନୂଆଦିଲ୍ଲୀ: ଇଣ୍ଡିଆନ ନ୍ୟାସନାଲ ଲୋକଦଳର ବିଧାୟକ ଅଭୟ ସିଂହ ଚୌଟାଲା ଆଜି ଇସ୍ତଫା ଦେଇଛନ୍ତି। ସେ କୃଷକ ଆନ୍ଦୋଳନକୁ ସମର୍ଥନ କରି ବିଧୟାକରୁ ଇସ୍ତଫା ଦେଇଛନ୍ତି। ହରିୟଣା ବିଧାନସଭା ବାଚସ୍ପତି ଜ୍ଞାନ ଚନ୍ଦ୍ର ଗୁପ୍ତାଙ୍କ ନିକଟକୁ ସେ ନିଜର ଇସ୍ତଫା ପତ୍ର ପଠାଇଦେଇଛନ୍ତି। ଏହା ପୂର୍ବରୁ ସେ ଇମେଲ ମାଧ୍ୟମରେ ନିଜର ଇସ୍ତଫା ପତ୍ର ବାଚସ୍ପତିଙ୍କ ନିକଟକୁ ପଠାଇଥିଲେ। ଅଭୟ ସିଂହ କୃଷି ଆଇନକୁ ବିରୋଧ କରି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଅଭୟ ସିଂହ ଚୌଟାଲା ଇଣ୍ଡିଆନ ନ୍ୟାସନାଲ ଲୋକଦଳର ସାଧରାଣ ସମ୍ପାଦକ ଅଛନ୍ତି। ୨୬ ଜାନୁୟାରୀ ପର୍ଯ୍ୟନ୍ତ କୃଷି ଆନ୍ଦୋଳନର ସମାଧାନ ନହଲେ ସେ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ।