ନୂଆଦିଲ୍ଲୀ: ଦିଲ୍ଲୀର ଟ୍ରାକ୍ଟର ପରେଡ଼ରେ ହିଂସା ଯୋଗୁଁ ଚାଷୀ ନେତାଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଗତକାଲି ଲାଲ କିଲ୍ଲାରେ ହିଂସା କାରଣରୁ ଦୁଇ କୃଷି ସଂଗଠନ ଏହି ଆନ୍ଦୋଳନରୁ ବାହାରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ରାଷ୍ଟ୍ରୀୟ କିଷାନ ମଜଦୁର ସଂଗଠନ ଏବଂ ଭାରତୀୟ କିଷାନ ୟୁନିୟନ ଏହି ଆନ୍ଦୋଳନରୁ ଅଲଗା ହେବା ପାଇଁ ଘୋଷଣା କରିଛି।
ରାଷ୍ଟ୍ରୀୟ କିଷାନ ମଜଦୁର ସଂଗଠନର ଅଧ୍ୟକ୍ଷ କହିଛନ୍ତି ଯେ, ଏଭଳି ଆନ୍ଦୋଳନ ଆଉ ଚଳିବ ନାହିଁ। ଆମେ ଏଠାକୁ କୃଷକଙ୍କୁ ସହିଦ କରିବା ଲାଗି କିମ୍ବା ମାଡ ଖୁଆଇବା ପାଇଁ ଆସି ନାହୁଁ। ସେ କହିଥିଲେ ଯେ, ରାକେଶ ଟିକୈତ ସରାକରଙ୍କ ସାଥିରେ ଆଲୋଚନା କରିବାକୁ ଯାଇଥିଲେ। ହେଲେ ସେ କେବେ ଆଖୁ ଚାଷୀ କିମ୍ବା ଧାନ ଚାଷୀଙ୍କ ବିଷୟରେ ଆଲୋଚନା କରିନାହାନ୍ତି। ଦିଲ୍ଲୀ ହିଂସା ଦାହିତ ଆମର କୌଣସି ସମ୍ପର୍କ ନାହିଁ। ହିନ୍ଦୁସ୍ଥାନ ତ୍ରିରଙ୍ଗାର ମର୍ଯ୍ୟାଦା ଭାଙ୍ଗିବା କିମ୍ବା ମର୍ଯ୍ୟାଦା ଭାଙ୍ଗିବା ଲାଗି ପ୍ରବର୍ତ୍ତାଇ ଅନୁଚିତ।