
ଭୁବନେଶ୍ଵର: ଆଜି ରାଜ୍ୟରୁ ୧୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଆଜି ସର୍ବାଧିକ ସମ୍ବଲପୁରରୁ ୧୯, ପୁରୀରୁ ୧୭, ସୁନ୍ଦରଗଡରୁ ୧୫, ନୂଆପଡ଼ାରୁ ୧୦, ବାଲେଶ୍ବରରୁ ୯, ଅନୁଗୁଳରୁ ୮, ଖୋର୍ଦ୍ଧାରୁ ୫, ଜଗତସିଂହପୁରରୁ ୪, ବରଗଡରୁ ୩, ଯାଜପୁରରୁ ୩, ଝାରସୁଗୁଡାରୁ ୩, କଟକରୁ ୨, ଗଞ୍ଜାମରୁ ୨, ସୋନପୁରରୁ ୨, ଦେବଗଡରୁ ୧, ଗଜପତିରୁ ୧, କଳାହାଣ୍ଡିରୁ ୧, କେନ୍ଦ୍ରାପଡାରୁ ୧, ରାୟଗଡାରୁ ୧ ଏବଂ ଷ୍ଟେଟପୁଲରୁ ୧ ଜଣ ସୁସ୍ଥ ହୋଇଛନ୍ତି।
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୧ ହଜାର ୫୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୬୬୭ କୁ ବୃଦ୍ଧି ହୋଇଛି। ତେବେ ୧ ହାଜର ୩୫ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୦୪ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
Tags: କରୋନା ଆକ୍ରାନ୍ତ, ସୁସ୍ଥ