ନୂଆଦିଲ୍ଲୀ: ଦିଲ୍ଲୀ ସିନ୍ଧୁ ସୀମା ନିକଟରେ ଆନ୍ଦୋଳନ କରୁଥିବା କୃଷକମାନଙ୍କ ଉପରେ ସ୍ଥାନୀୟ ଗ୍ରାମବାସୀ କ୍ରୋଧାନ୍ଵିତ ହୋଇଛନ୍ତି। ଗ୍ରାମବାସୀ ଆନ୍ଦୋଳନରତ ଚାଷୀଙ୍କ ବିରୋଧରେ ଆନ୍ଦୋଳନ କରିଛନ୍ତି। ଆନ୍ଦୋଳନରତ ଚାଷୀ ସେଠାରୁ ବାହାରିଯିବା ପାଇଁ ସ୍ଥାନୀୟ ଲୋକେ ଆନ୍ଦୋଳନ କରୁଛନ୍ତି। ସେମାନେ ରାଜପଥ ଖାଲି କରିବା ଲାଗି ଦାବି ହେଉଛି।
ସ୍ଥାନୀୟ ଗ୍ରାମବାସୀ କହିଛନ୍ତି ଯେ, ଯେଉଁଭଳି ଭାବେ ଲାଲ କିଲ୍ଲାରେ ତ୍ରିରଙ୍ଗାର ଅପମାନ ହେଲା, ତାହାକୁ ସେମାନେ ସହ୍ୟ କରିପାରିବେ ନାହିଁ। ହିନ୍ଦୁ ସଂଗଠନ ସମେତ ଗ୍ରାମବାସୀମାନେ ରାଜପଥ ଖାଲି କରିବା ନେଇ ଦାବି କରୁଛନ୍ତି।
ତେବେ ଏ ଘଟଣା ପରେ ଗ୍ରାମବାସୀ ଏବଂ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହାପରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଥିବା ସୂଚନା ରହିଛି।