Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳାହାଣ୍ଡିରେ ମୋଦି : ଉଭୟ ବିଜେଡ଼ି ଓ କଂଗ୍ରେସ ଉପରେ ବର୍ଷିଲେ, ନିଜ ସରକାରର ସଫଳତା ବଖାଣିଲେ
ଆଜିର ଖବର

କଳାହାଣ୍ଡିରେ ମୋଦି : ଉଭୟ ବିଜେଡ଼ି ଓ କଂଗ୍ରେସ ଉପରେ ବର୍ଷିଲେ, ନିଜ ସରକାରର ସଫଳତା ବଖାଣିଲେ

April 2, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
modi in kalahandi
modi in kalahandi

ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି।   ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଜୋର ଧରିଥିବା ବେଳେ ୨ୟ ଥର ପାଇଁ ଶ୍ରୀ ମୋଦୀ ଓଡ଼ିଶା ଗସ୍ତରେ ଆସି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି।  ଆହୁରି ମଧ୍ୟ ବିଜେପିକୁ ବହୁମାତ୍ରାରେ ଭୋଟ ଦେଇ ବିଜୟୀ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଏଚଡି ଦେବଗୌଡାଙ୍କ ପରେ ମୋଦି ଦ୍ବିତୀୟ ପ୍ରଧାନମନ୍ତ୍ରୀ ଭାବରେ କଳାହାଣ୍ଡି ଗସ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଶାସକ ବିଜୁ ଜନତା ଦଳ ଏବଂ କଂଗ୍ରେସ ଉପରେ ବର୍ଷିଛନ୍ତି। ୧୯ ବର୍ଷର ଶାସନରେ ଥିବା ନବୀନ ପଟ୍ଟନାୟକ ରାଜ୍ୟର ବିକାଶ ପାଇଁ କିଛି କରିନଥିବା ମୋଦି କହିଛନ୍ତି। ଭାଷଣ ଆରମ୍ଭରୁ ସେ ମାଣିକଶ୍ୱରୀ ଦେବୀଙ୍କୁ ସ୍ମରଣ କରିବା ସହିତ ମାଟିର ବରପୂତ୍ର ଚକରା ବିଶୋୟୀ, ମଧୁସୁଦନ ଦାସ, ଗୋପବନ୍ଧୁ ଦାସଙ୍କ ସ୍ମୃତିଚାରଣ କରିଥିଲେ। ଗତ ପଂଚାୟତ ନିର୍ବାଚନରେ ବିଜେପିକୁ ଭଲ ସମର୍ଥନ ମିଳିଛି ବୋଲି କହିବା ସହ ଓଡିଶାବାସୀ ଏହି ଚୌକିଦାର ସହ ରହିଛନ୍ତି ବୋଲି କହିଛନ୍ତି ମୋଦି। ଏହା ପରେ ମୋଦୀ ଏନଡିଏ ସରକାରର ସଫଳତା ବଖାଣିଛନ୍ତି ଯେ, ଗତ ୫ବର୍ଷରେ ଓଡିଶାର ପ୍ରାୟ ୮ଲକ୍ଷ ଗରିବଙ୍କ ପରିବାରକୁ ଘର ମିଳିଛି। ୩ହଜାର ଗ୍ରାମକୁ ବିଜୁଳି ପହଁଚିଛି। ୨୪ଲକ୍ଷ ଘରୁ ଅନ୍ଧାର ଦୂର ହୋଇଛି। ରାଜ୍ୟର ୪୦ଲକ୍ଷ ଗରୀବ ଭଉଣୀଙ୍କୁ ମାଗଣା ଗ୍ୟାସ ମିଳିଛି। ଧୁଆଁରୁ ମୁକ୍ତି ମିଳିଛି। ଏକ କୋଟି ୪୦ଲକ୍ଷ ଲୋକଙ୍କ ବ୍ୟାଙ୍କରେ ଖାତା ଖୋଲାଯାଇଛି। ୫୦ଲକ୍ଷ ଶୌଚାଳୟ ନିର୍ମାଣ ହୋଇଛି। ଜଙ୍ଗଲ ଉତ୍ପାଦର ବିକ୍ରି ମୂଲ୍ୟ ଗଠନ କରାଯାଇଛି। ୫ବର୍ଷ ପୂର୍ବରୁ ୧୦ଟି ବନଜାତ ଦ୍ରବ୍ୟରେ ଏମଏସପି ମିଳୁଥିଲା ଯାହା ଏବେ ୫୦ ଛୁଇଁଚି। ୧ଲକ୍ଷ ଏକଲବ୍ୟ ମଡେଲ ସ୍କୁଲ ନିର୍ମାଣ ହୋଇଛି। ଅନ୍ୟପକ୍ଷରେ  କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ। ସେ କଟାକ୍ଷ କରି କହିଛନ୍ତି ଯେ କଳାହାଣ୍ଡି ସହ କଂଗ୍ରେସର ପରିଚୟ ବହୁ ଆଗରୁ ଯୋଡି ହୋଇଛି। ଏହା ହେଉଛି କଂଗ୍ରେସ ଦ୍ୱାରା ନିଜର ବିଫଳତାକୁ ବଖାଣିବାର ଉଦାହରଣ। ଏଠାରେ ରାଜୀବ ଗାନ୍ଧି ଏଠାକୁ ଟଙ୍କାଟେ ପଠାଇଲେ ୧୫ ପଇସା ପହଁଚୁଛି ବୋଲି କହିଥିଲେ। ଏହାକୁ କଂଗ୍ରେସ ନିଜେ ସ୍ୱୀକାର କରିଛି। କିନ୍ତୁ ଦଳ ସବୁ ଜାଣିଶୁଣି କିଛି କରିଲା ନାହିଁ। ଏମାନେ ରୋଗ ବିଷୟରେ କୁହନ୍ତି ହେଲେ ଔଷଧ ଦିଅନ୍ତି ନାହିଁ। ପୂର୍ବରୁ କଂଗ୍ରେସର ରିମୋଟ କଂଟ୍ରୋଲ ସରକାରରେ ଏପରି ସୁଧାର ଆସିଥିଲା କି ରାଜୀବଙ୍କ ସମୟରେ ୧୫ ପଇସା ଆସୁଥିଲା ବେଳେ ମନମୋହନ ସରକାରରେ ୧୬ ପଇସା ଆସିଲା। ଗରିବଙ୍କ ଟଙ୍କା ସେମାନେ ଲୁଟିଛନ୍ତି। ଏମାନଙ୍କୁ ଭରସା କରିବା ଅନୁଚିତ। ଏମାନଙ୍କୁ କ୍ଷମା ଦିଆଯାଇ ପାରିବ ନାହିଁ। ସେମାନେ ଗରିବ କହି ଗରିବଙ୍କ ହକ ଲୁଟିଥାନ୍ତି। ଯାହା ଏବେ ଆଉ ନାହିଁ । କିନ୍ତୁ ବିଜେପି ସରକାର ଏହା ୫ ବର୍ଷରେ କରି ଦେଖାଇଲେ। ବର୍ତମାନ କେନ୍ଦ୍ର ଦିଲ୍ଲୀରୁ ୧୦୦ ପଇସା ପଠାଇଲେ ସବୁ ପଇସା ଗରିବଙ୍କ ପକେଟରେ ପହଁଚୁଛି। ୮କୋଟି ଏପରି ନକଲି ଲୋକଙ୍କୁ ସନ୍ଧାନ କରାଯାଇଛି ଯେଉଁମାନେ ଗରିବଙ୍କୁ ଲୁଟ କରିଛନ୍ତି। କେନ୍ଦ୍ର ସରକାର ୨୪ ଟଙ୍କାରେ ଗହମ କିଣିଥାନ୍ତି ଯାହା ଗରିବଙ୍କୁ ୨ଟଙ୍କାରେ ମିଳେ। ଚାଉଳ ମଧ୍ୟ ସରକାର୩୦ ଟଙ୍କାରେ କିଣିଥାନ୍ତି କେବଳ ୧ଟଙ୍କାରେ ଗରିବଙ୍କୁ ମିଳିଥାଏ। କିନ୍ତୁ ଆଗରୁ ଏହାର ସୁଫଳ ଗରିବଙ୍କୁ ମିଳୁ ନଥିଲା ଯାହା ଏବେ ଦୂର ହୋଇଛି। ସେହିପରି ରାଜ୍ୟ ସରକାର ଏମଏସପି ବୃଦ୍ଧି କରୁନାହାନ୍ତି। ଠିକ ଭାବେ ଧାନ କିଣିପାରୁ ନାହାନ୍ତି । ବିଜେଡି ସରକାର ଗରିବଙ୍କ ସହ କୃଷକଙ୍କ ଶତ୍ରୁ ମଧ୍ୟ ଅଟନ୍ତି। ପିଏମକିଷାନ ନିଧୀ ଯୋଜନାକୁ ରାଜ୍ୟ ସରକାର ଲାଗୁ କରୁନାହାନ୍ତି। ତାଲିକା ପ୍ରଦାନ କରୁନାହାନ୍ତି। ବିଜେଡି ଏହା ମଧ୍ୟରେ ପାଚେରୀ ହୋଇ ଛିଡା ହୋଇଛି। ଆୟୁଷ୍ମାନ ଯୋଜନା ସହ ମଧ୍ୟ ବିଜେଡି ସରକାର ଏହା କରିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଏବେ ATM କୁ ଦୌଡ଼ିବାର ଆବଶ୍ୟକତା ନାହିଁ, ଗୋଟିଏ ସ୍କାନରେ ମିଳିବ ଟଙ୍କା, ଜାଣନ୍ତୁ କେମିତି?

September 16, 2025

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୪୨ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଲେ ରାଜ୍ୟପାଳ

September 16, 2025

ଆଜି ମଧ୍ୟ ହୋଇପାରିବ ଆୟକର ରିଟର୍ଣ୍ଣ, ବର୍ତ୍ତମାନ ୭ କୋଟିରୁ ଅଧିକ ହେଲାଣି ଆବେଦନ

September 16, 2025

ସେପ୍ଟେମ୍ବର ୧୭ରୁ ଆରମ୍ଭ ହେବ ‘ସ୍ୱଚ୍ଛତା ହିଁ ସେବା ୨୦୨୫’

September 16, 2025
Latest News

ଏବେ ATM କୁ ଦୌଡ଼ିବାର ଆବଶ୍ୟକତା ନାହିଁ, ଗୋଟିଏ ସ୍କାନରେ ମିଳିବ ଟଙ୍କା, ଜାଣନ୍ତୁ କେମିତି?

September 16, 2025

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୪୨ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଲେ ରାଜ୍ୟପାଳ

September 16, 2025

ଆଜି ମଧ୍ୟ ହୋଇପାରିବ ଆୟକର ରିଟର୍ଣ୍ଣ, ବର୍ତ୍ତମାନ ୭ କୋଟିରୁ ଅଧିକ ହେଲାଣି ଆବେଦନ

September 16, 2025

ସେପ୍ଟେମ୍ବର ୧୭ରୁ ଆରମ୍ଭ ହେବ ‘ସ୍ୱଚ୍ଛତା ହିଁ ସେବା ୨୦୨୫’

September 16, 2025

ସୁଭଦ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ “ଧନ୍ୟବାଦ ମୋଦି” କାର୍ଯ୍ୟକ୍ରମ

September 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.