ଭୁବନେଶ୍ବର: ଦୀର୍ଘ ୧୧ ମାସ ପରେ କଲେଜ ଛାତ୍ରଛାତ୍ରୀଙ୍କୁ ଅନଲାଇନ ପାଠ ପଢାରୁ ମୁକ୍ତି ମିଳିବ। ଫେବୃଆରୀ ୬ ତାରିଖରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟର ପଢ଼ୁଥିବା ଅଣ୍ଡର ଗ୍ରାଜୁଏଟ୍ ଓ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀ ଶ୍ରେଣୀ ଗୃହରେ ବସି ପାଠ ପଢ଼ି ପାରିବେ। ରାଜ୍ୟ ସରକାରଙ୍କ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। କଲେଜ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ କଲେଜକୁ ଆସି ପାଠ ପଢିବେ ବୋଲି ଏହି ବିଜ୍ଞପ୍ତି ମାଧ୍ୟମରେ ଘୋଷଣା ହୋଇଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ଶେଷ ସେମିଷ୍ଟାର ପରୀକ୍ଷା ଜୁନ୍ ୧୬ରୁ ଜୁନ୍ ୩୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଅନ୍ୟ ସେମିଷ୍ଟାର ପରୀକ୍ଷା ଗୁଡ଼ିକ ମେ’ ୧୬ରୁ ୩୧ ତାରିଖ ପର୍ଯ୍ୟନ୍ତ ହେବ ବୋଲି ସୂଚନା ରହିଛି।