ରାଜ୍ୟରେ ଆଜି ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

Published: Jan 30, 2021, 12:01 pm IST

ଭୁବନେଶ୍ବର: ଆଜି ରାଜ୍ୟରେ ୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୬୩ ଜଣ ଚିହ୍ନଟ ହୋଇଥିବାବେଳେ ୪୫ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୯୫୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୧ ହଜାର ୮୨୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ହଜାର ୧୭୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୪ କୁ ବୃଦ୍ଧି ହୋଇଛି।

ଆଜି ରାଜ୍ୟର ୨୦ ଟି ଜିଲ୍ଲାରୁ ମୋଟ୍‌ ୧୦୮ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୧୨, ସମ୍ବଲପୁର ଜିଲ୍ଲାରୁ ୧୦ ଜଣ, ଅନୁଗୁଳ ଜିଲ୍ଲାରୁ ୩, ବାଲେଶ୍ଵର ଜିଲ୍ଲାରୁ ୧୦ ଜଣ, ବରଗଡ଼ ଜିଲ୍ଲାରୁ ୮ ଜଣ, କଟକ ଜିଲ୍ଲାରୁ ୯ ଜଣ, ଦେବଗଡ ଜିଲ୍ଲାରୁ ୨, ଗଜପତି ଜିଲ୍ଲାରୁ ୩ ଜଣ, ଜଗତସିଂହପୁର ଜିଲ୍ଲାରୁ ୪, ଯାଜପୁର ଜିଲ୍ଲାରୁ ୭, ଝାରସୁଗୁଡା ଜିଲ୍ଲାରୁ ୪, କଳାହାଣ୍ଡି ଜିଲ୍ଲାରୁ ୧, କେନ୍ଦ୍ରପଡା ଜିଲ୍ଲାରୁ ୩, କେନ୍ଦୁଝର ଜିଲ୍ଲାରୁ ୧, ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୨, ନୟାଗଡ ଜିଲ୍ଲାରୁ ୧, ନୂଆପଡା ଜିଲ୍ଲାରୁ ୮, ପୁରୀ ଜିଲ୍ଲାରୁ ୭ ଜଣ, ରାୟଗଡା ଜିଲ୍ଲାରୁ ୩ ଜଣ ଏବଂ ଷ୍ଟେଟ ଅଫ ପୁଲରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related posts