ନୂଆଦିଲ୍ଲୀ: ଦେଶର ୪୨ତମ ସେନା ଉପମୁଖ୍ୟ ଭାବେ ଆଜି ଓଡ଼ିଆ ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ୍ ଚଣ୍ଡିପ୍ରସାଦ ମହାନ୍ତି ଦାୟିତ୍ୱ ଗ୍ରହଣ କରିବେ। ସତିନ୍ଦର କୁମାର ସାଇନିଙ୍କ ସ୍ଥାନରେ ଶ୍ରୀ ମହାନ୍ତି ଦାୟିତ୍ଵ ନେବେ। ସେ ୧୯୮୨ ମସିହାରେ ରେଜିମେଣ୍ଟର ଦ୍ୱିତୀୟ ଲେଫ୍ଟନାଣ୍ଟ ଭାବେ ଯୋଗ ଦେଇଥିଲେ। ପାକିସ୍ତାନ ଓ ଚୀନ୍ ସୀମାରେ ଅନେକ ଲଢାଇର ପରିଚାଳନା କରି ସଫଳ ହୋଇଛନ୍ତି। ନୂଆଦିଲ୍ଲୀ ସେନା ମୁଖ୍ୟାଳୟରେ ଲଜିଷ୍ଟିକ୍ ଓ ଷ୍ଟାଟେଜିକ୍ ମୁଭ୍ମେଣ୍ଟରେ ମହାନିର୍ଦ୍ଦେଶକ ଭାବେ ସେ ନିଯୁକ୍ତ ହୋଇଥିଲେ।