ଶଶୀକଳାଙ୍କ ବାୟୋପିକ୍‌ ନିର୍ମାଣ କରିବେ ଆର୍‌ଜିଭି

Published: Apr 2, 2019, 3:29 pm IST
rgv to make sasikala biopic

ଶଶୀକଳାଙ୍କ ଜୀବନକୁ ନେଇ ଚଳଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି ବିବାଦୀୟ ଫିଲ୍ମମେକର ରାମଗୋପାଳ ବର୍ମା । ନିଜର ଫିଲ୍ମ ଲକ୍ଷ୍ମୀ ଏନ୍‌ଟିଆରର ସଫଳତା ଅବସରରେ ଏହି ଘୋଷଣା କରିଛନ୍ତି ବର୍ମା । ଟ୍ବିଟ୍ଟରରେ ଏ ନେଇ ଏକ ଫଟୋ ସେୟାର କରିବା ସହିତ ଚଳିତ ବର୍ଷ ଶେଷ ହେବା ପୂର୍ବରୁ ଏହି ଫିଲ୍ମର ନିର୍ମାଣ ଆରମ୍ଭ ହେବ ବୋଲି ଜଣାପଡିଛି । ଫିଲ୍ମର ପୋଷ୍ଟରରେ ଶଶୀକଳା ନଟରାଜନ ଏବଂ ଭୂତପୂର୍ବ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଫଟୋ ରହିଛି । ଏହି ଫିଲ୍ମରେ ଶଶୀକଳା ଏବଂ ଜୟଲଳିତାଙ୍କ ବନ୍ଧୁତ୍ବକୁ ପ୍ରାଧାନ୍ୟ ଦିଆଯିବ । ଏହା ସହିତ ଶଶୀକଳାଙ୍କ ଜେଲ୍‌ ଜୀବନ ଏବଂ ମନାରଗୁଡି ଗ୍ୟାଙ୍ଗ ସମ୍ପର୍କରେ  ମଧ୍ୟ ଦେଖାଯିବ ବୋଲି ଜଣାପଡିଛି । ଫିଲ୍ମର କଳାକାରଙ୍କ ସମ୍ପର୍କରେ ବର୍ମା କୌଣସି ସୂଚନା ଦେଇନଥିବା ବେଳେ ଖୁବ୍‌ ଶୀଘ୍ର ଏ ସମ୍ପର୍କରେ ଘୋଷଣା କରିବେ ବୋଲି କହିଛନ୍ତି । ନିକଟରେ ଅଭିନତ୍ରୀ କଙ୍ଗନା ରଣାଓ୍ବତ ଜୟଲଳିତାଙ୍କ ବାୟୋପିକ୍‌ରେ ନଜର ଆସିବାକୁ ଯାଉଛନ୍ତି ।

Related posts