ଭୁବନେଶ୍ବର: କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ବଦଳି ହୋଇଛି। ଶ୍ରୀ ମିଶ୍ରଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗକୁ ବଦଳି ହୋଇଛନ୍ତି। ମଧୁସୂଦନ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କ ସ୍ଥାନରେ ମହମ୍ମଦ ଅବଦାଲ ଅଖତର କୋରାପୁଟ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି। ଅବଦାଲ ଅଖତର ଏବେ କଟକ ପିଡି ଡିଆରଡ଼ିଏରେ କାର୍ଯ୍ୟରତ ଅଛନ୍ତି।
ଉଲ୍ଲେଖ ଯୋଗ୍ୟ ଯେ, ଓଡିଶାର ଅନେକ ଗ୍ରାମକୁ ଆନ୍ଧ୍ର ନିର୍ବାଚନରେ ସାମିଲ କରୁଛି। ଏହି ସବୁ ଅଞ୍ଚଳ ପାଇଁ ନାମାଙ୍କନ ପତ୍ର ମଧ୍ୟ ଦାଖଲ ହୋଇଛି। ତେବେ ଆନ୍ଧ୍ର ସୀମା ବିବାଦ କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଉଛି।