
ଭୁବନେଶ୍ବର: ରାଜ୍ୟରେ ୨୪ ଘଣ୍ଟାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହି ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କୋରୋନଜନିତ ମୃତ୍ୟୁ ସଂଖ୍ୟା ୧୯୦୮କୁ ବୃଦ୍ଧି ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଟୁଇଟ ମାଧ୍ୟମରେ ସୂଚନା ଦେଇଛି। କଟକ ଜିଲ୍ଲାର ୮୩ ବର୍ଷିୟ ପୁରୁଷଙ୍କ ଏହି କରୋନା ରୋଗରେ ମୃତ୍ୟୁ ହୋଇଛି।