ଭୁବନେଶ୍ବର, ଆଜି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି କରୋନା ଟୀକା ଗ୍ରହଣ କରିଛନ୍ତି। ବର୍ତ୍ତମାନ କୋଭିଡ ଯୋଦ୍ଧାମାନେ ଏହି ଟୀକା ନେଉଥିବାରୁ ତାଙ୍କୁ ପ୍ରଦାନ କରାଯାଇଛି। ପ୍ରଥମ ସ୍ହାସ୍ଥ୍ୟ କର୍ମିମାନଙ୍କୁ ଟୀକା ଦିଆଯିବା ପରେ ବର୍ତ୍ତମାନ ଏହି କରୋନା କାର୍ଯ୍ୟରେ ନିୟୋଜିତ ଅନ୍ୟମାନଙ୍କୁ ମଧ୍ୟ ଟୀକା ପ୍ରଦାନ କରାଯାଉଛି। ସେହି ପରିପ୍ରେକ୍ଷୀରେ ପୋଲିସ କର୍ମଚାରୀଙ୍କୁ ଏହି ଟୀକାକରଣ ଆରମ୍ଭ କରାଯାଇଛି। ସେଥିପାଇଁ ଅଗ୍ନିଶମ ଡିଜି ଭାବେ ସତ୍ୟଜିତ ମହାନ୍ତି ଏହି ଟୀକା ପ୍ରଥମେ ଗ୍ରହଣ କରିଛନ୍ତି।