ଭୁବନେଶ୍ୱର, ଗତ କିଛିଦିନ ପୂର୍ବେ ଚନ୍ଦକା ଅଞ୍ଚଳରୁ ଜୈନକା ବିବାହିତା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ହୋଇଥିବା ବେଳେ ଆଜି ରବିବାର ସକାଳୁ ପୁଣି ଘାଟିକିଆ ସ୍ଥିତ ସରକାରୀ ଇଂଜିନିଅରିଂ କଲେଜ ପଛ ପଟ ଜଙ୍ଗଲରୁ ଗଛରେ ଝୁଲୁଥିବା ଅବସ୍ଥାରେ ଏକ ଗଳିତ ମୃତଦେହକୁ ପୋଲିସ ଜବତ କରିଛି।
ମୃତ ଯୁବକ ଜଣକ ଗତ ଜାନୁୟାରୀ ୧୧ ତାରିଖରୁ ନିଖୋଜ ହୋଇଥିଲେ ବୋଲି ପରିବାର ପକ୍ଷରୁ ଥାନାରେ ରିପୋର୍ଟ ହୋଇଥିଲା।ମୃତ ଯୁବକଙ୍କ ନାମ ରଘୁନାଥ ବେହେରା, କାଳିଆ) ବୋଲି ସୂଚନା ମିଳିଛି।ଦୀର୍ଘଦିନ ଧରି ଗଛରେ ମୃତ ଦେହଟି ଝୁଲି ରହିଥିବାରୁ ଶରୀର ଟି ସମ୍ପୂର୍ଣ୍ଣ ଭାବେ ପଚି ଶଢ଼ି ଯାଇଛି।ଏହା ଏକ ହତ୍ୟା କି ଆତ୍ମହତ୍ୟା ଜାଣିବା ପସିନ ପୋଲିସ ତଦନ୍ତ ଆରମ୍ଭ କରିଛି।