
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଆଜି ସର୍ବାଧିକ ସୁନ୍ଦରଗଡରୁ ୧୨, ବାଲେଶ୍ବରରୁ ୯, କଟକରୁ ୯, ବରଗଡରୁ ୮, ପୁରୀରୁ ୭, ସମ୍ବଲପୁରରୁ ୭, ଯାଜପୁରରୁ ୬, ମୟୂରଭଞ୍ଜରୁ ୫, କେନ୍ଦ୍ରାପଡ଼ାରୁ ୩, ଖୋର୍ଦ୍ଧାରୁ ୩, ନୂଆପଡ଼ାରୁ ୩, ରାୟଗଡ଼ାରୁ ୩, ଗଜପତିରୁ ୨, ଜଗତସିଂହପୁରରୁ ୨, ବଲାଙ୍ଗୀରିରୁ ୧, ଗଞ୍ଜାମରୁ ୧, ଝାରସୁଗୁଡ଼ାରୁ ୧ ଏବଂ କଳାହାଣ୍ଡିରୁ ଜଣେ ଜଣେ ସୁସ୍ଥ ହୋଇଛନ୍ତି।
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୩ ହଜାର ୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୬୯୨ କୁ ବୃଦ୍ଧି ହୋଇଛି। ତେବେ ୬୯୮ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୦୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।