ପୁରୀ, ଶ୍ରୀମନ୍ଦିର ବାଇ-ଲକୁ ପ୍ରତ୍ୟାହାର କରାଯାଇଥିବାରୁ ପୁରୀ ବିଜେପି ତରଫରୁ ଶ୍ରୀମନ୍ଦିର ସିଂହଦ୍ବାରରେ ଦୀପ ଦାନ କରାଯାଇଛି। ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କର୍ମିମାନେ ଧନ୍ୟବାଦ ପ୍ରଦାନ କରିଛନ୍ତି। ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୭୫ମିଟର ପରେ ୩୦୦ ମିଟର ପର୍ୟ୍ୟନ୍ତ ନିର୍ମାଣ କାଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଆବଶ୍ୟକ ବୋଲି ବାଇ-ଲ ପ୍ରକାଶ କରାଯାଇଥିଲା।
ଯେଉଁ ଜାତୀୟ ଐତିହ୍ୟ ଚିଠା ଦୀର୍ଘ ଦିନ ହେଲା ପଡିରହିଥିଲା ତାହାକୁ ତତକ୍ଷଣାତ ପ୍ରତ୍ୟାହାର କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ତାଙ୍କର ମଙ୍ଗଳ କାମନା କରିଥିଲେ। ବିଜେପି ସିଂହଦ୍ୱାର ଓ ଶରଧାବାଲି ମଣ୍ଡଳ ତରଫରୁ ସିଂହଦ୍ୱାର ଠାରେ ଶ୍ରୀଜଗନ୍ନାଥଙ୍କୁ ଏହି ଦୀପଦାନ କରା ଯାଇଥିଲା।
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ମନ୍ତ୍ରୀ ପ୍ରତାପ ଷଢଙ୍ଗୀ ଓ ସମସ୍ତ ସାଂସଦ ମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ କରିଥିଲେ। ସେମାନଙ୍କୁ ମଧ୍ୟ ଦଳ ତରଫରୁ ଧନ୍ୟବାଦ ପ୍ରଦାନ କରାଯାଇଛି।