ଦେଶଦ୍ରୋହ ଅପରାଧରେ ଇଶ୍ଵର ବେହେରାଙ୍କୁ ଆଜୀବନ କାରାଦଣ୍ଡାଦେଶ

Published: Feb 11, 2021, 2:42 pm IST

ବାଲେଶ୍ବର: ଦେଶଦ୍ରୋହ ଅପରାଧରେ ଇଶ୍ଵର ବେହେରା ଦୋଷୀ ସାବ୍ୟସ୍ତ ହେଲେ। ବାଲେଶ୍ଵର ଏଡିଜେ କୋର୍ଟ ଇଶ୍ଵର ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆଇଏସଆଇ ଲିଙ୍କରେ ଇଶ୍ଵର ୨୦୧୫ ମସିହାରେ ଗିରଫ ହୋଇଥିଲେ। ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଗୁପ୍ତ ତଥ୍ୟ ପାକିସ୍ତାନର ଗୁଇନ୍ଦା ସଂସ୍ଥାକୁ ଦେଉଥିବା ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।

ଆଜି ବାଲେଶ୍ଵର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଏନେଇ ରାୟ ଶୁଣାଣି କରିଛନ୍ତି। ତାଙ୍କୁ କୋର୍ଟ ଆଜି ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି।

Related posts