
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତେ ନିକଟ ହେଉଛି ତୃଣମୂଳ କଂଗ୍ରେସ ଦଳରୁ ବହୁ ବିଧାୟକ, ମନ୍ତ୍ରୀ, ସାଂସଦ ନିଜ ପଦବୀରୁ ଇସ୍ତଫା ଦେଉଛନ୍ତି। ଆଜି ଆଉ ଜଣେ ଦଳର ବରିଷ୍ଠ ନେତା ତଥା ସାଂସଦ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। ସାଂସଦ ଦୀନେଶ ତ୍ରିବେଦୀ ଆଜି ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। ଦୀନେଶ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରି ଆସିଛନ୍ତି।
ଦୀନେଶ ତ୍ରିବେଦୀ ଇସ୍ତଫା ଦେବା ପରେ କହିଛନ୍ତି ଯେ, ‘ମୋତେ ରାଜ୍ୟସଭାକୁ ପଠାଇଥିବା ଦଳ ପାଇଁ ମୁଁ କୃତଜ୍ଞ। ମୋ ରାଜ୍ୟରେ ହିଂସା ବଢୁଥିବା ବେଳେ ମୁଁ କିଛି କରିପାରୁନାହିଁ। ସେଥିପାଇଁ ମୋର ଅନ୍ତରାତ୍ମା ମତେ ସାଂସଦରୁ ଇସ୍ତଫା ଦେବା ପାଇଁ କହିଛି, ହେଲେ ମୁଁ ପୂର୍ବ ପରି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ କାର୍ଯ୍ୟ ଜାରି ରଖିବି।
ତେବେ ଦୀନେଶ ତ୍ରିବେଦୀ ଟିଏମସିରେ ରହିବେ ନା ଅନ୍ୟ ଦଳରେ ସାମିଲ ହେବେ, ତାହା ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ।