
ଭୁବନେଶ୍ବର, କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମ ପଞ୍ଚାୟତରେ ନିର୍ବାଚନ ନ କରାଇବା ପାଇଁ କୋରାପୁଟ ଜିଲ୍ଲାପାଳ ଚିଠି ଲେଖିଲେ। ଏହି ଚିଠି ଆନ୍ଧ୍ରର ବିଜୟାନଗରମ ଜିଲ୍ଲାପାଳଙ୍କୁ ଲେଖାଯାଇଛି। ବର୍ତ୍ତମାନ କୋଟିଆ ପଞ୍ଚାୟତରେ ଏହି ବିଜୟାନଗରମ ଜିଲ୍ଲାପାଳ ନିର୍ବାଚନ ପରିଚାଳନା ଦାୟିତ୍ବରେ ଅଛନ୍ତି।
ବର୍ତ୍ତମାନ ଏହି ମାମଲା ସୁପ୍ରିମକୋର୍ଟରେ ରହିଥିବା ନିର୍ବାଚନ କରା ନ ଯାଉ ବୋଲି କୋରାପୁଟ ଜିଲ୍ଲାପାଳ ଏ.ଏମ ଅଖତର ଏହି ଚିଠିରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, କୋର୍ଟ ଏହାର ଶୁଣାଣି କରି ଆନ୍ଧ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ଏପରି ବିବାଦୀୟ ପରିସ୍ଥିତିରେ ତୁରନ୍ତ ନିର୍ବାଚନ ବନ୍ଦ କରାଯାଉ ବୋଲି ଜିଲ୍ଲାପାଳ କହିଛନ୍ତି।