ମୃତ ତିମି ପେଟରୁ ବାହାରିଲା ୨୨ କିଲୋ ପ୍ଲାଷ୍ଟିକ୍‌

Published: Apr 3, 2019, 3:01 pm IST

ଭୂମଧ୍ୟ ସାଗରର ସାର୍ଡିନିଆ ଉପକୂଳରୁ ଏକ ତିମିର ମୃତ ଦେହ ଉଦ୍ଧାର କରାଯାଇଛି । ଏହି ତିମି ପେଟରୁ ପ୍ରାୟ ୨୨ କିଲୋର ପ୍ଲାଷ୍ଟିକ୍‌ ଆବର୍ଜନା ବାହାରିଥିବା ଜଣାପଡିଛି । ଏହି ଘଟଣା ପରେ ବିଶ୍ବ ବନ୍ୟପ୍ରାଣୀ ସଙ୍ଗଠନ (ଡବ୍ଲ୍ୟୁ ଡବ୍ଲ୍ୟୁ ଏଫ୍‌) ଭୂମଧ୍ୟସାଗରରେ ବଢୁଥିବା ପ୍ଲାଷ୍ଟିକ୍‌ ଆବର୍ଜନାକୁ ନେଇ ଚିନ୍ତା ପ୍ରକଟ କରିଛି । ଏହି ଗର୍ଭବତୀ ତିମି ପେଟରୁ ବାହାର କରାଯାଇଥିବା ଆବର୍ଜନା ମଧ୍ୟରେ ରହିଛି ଇଲେକ୍ଟ୍ରିକ୍‌ ଟ୍ୟୁବ୍‌, ପ୍ଲାଷ୍ଟିକ୍‌ ପ୍ଲେଟ୍‌, ଜାଲ ଏବଂ ସର୍ଫ ପ୍ୟାକେଟ୍‌ । ପ୍ରଥମ ଥର ପାଇଁ କୌଣସି ସାମୁଦ୍ରିକ ଜୀବକୁ ଏତେ ପରିମାଣର ଆବଜର୍ନା ଖାଇଥିବାର ଦେଖିବାକୁ ମିଳିଛି ବୋଲି ପାଡୋଭା ବିଶ୍ବ ବିଦ୍ୟାଳୟର ଜୈବ ବିଜ୍ଞାନୀ ସିଞ୍ଜିଆ ସେଣ୍ଟେଲେଘେ ପ୍ରକାଶ କରିଛନ୍ତି । ଏହି ଘଟଣା ପରେ ଇଟାଲୀର ପରିବେଶ ମନ୍ତ୍ରୀ ସର୍ଗିଓ କୋଷ୍ଟା କହିଛନ୍ତି, ବର୍ତ୍ତମାନ ଦେଶରେ ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ କଟକଣା ଜାରି କରାଯିବା ନେଇ ଏକ ନୂତନ ନିୟମ ଲାଗୁ କରାଯିବ ।

Related posts