
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଆଜି ସର୍ବାଧିକ ସୁନ୍ଦରଗଡରୁ ୧୫, ପୁରୀରୁ ୧୧, ସମ୍ବଲପୁରରୁ ୯, ବରଗଡରୁ ୬, କଟକରୁ ୬, ଯାଜପୁରରୁ ୬, ଖୋର୍ଦ୍ଧାରୁ ୫, ବଲାଙ୍ଗୀରିରୁ ୪, ମୟୂରଭଞ୍ଜରୁ ୪, ବାଲେଶ୍ବରରୁ ୩, ଅନୁଗୁଳରୁ ୨, ଦେବଗଡ଼ରୁ ୨, ଝାରସୁଗୁଡାରୁ ୨, ନୂଆପଡାରୁ ୨, ରାୟଗଡ଼ାରୁ ୨, ଗଞ୍ଜାମରୁ ୧, ଜଗତସିଂହପୁରରୁ ୧, କଳାହାଣ୍ଡିରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୩ ହଜାର ୬୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୨୬୨ କୁ ବୃଦ୍ଧି ହୋଇଛି। ତେବେ ୫୭୮ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୦୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।