ରାହୁଲ ଓ ସୀତାରାମଙ୍କୁଠାରୁ କ୍ଷତିପୂରଣ ଦାବି କଲା ଆରଏସ୍‌ଏସ୍‌

Published: Apr 3, 2019, 2:21 pm IST

ପତ୍ରକାର ଗୌରୀ ଲଙ୍କେଶ ହତ୍ୟା ଘଟଣାରେ ଆରଏସ୍‌ଏସ୍‌ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଓ ସିପିଏମ୍‌ ମହାସଚିବ ସୀତାରାମ ୟେଚୁରୀଙ୍କଠୁ ୧ ଟଙ୍କା କ୍ଷତିପୂରଣ ଦାବି କରିଛି। ଏହି ମାମଲାରେ ମୁମ୍ବାଇର ଥାନେ କୋର୍ଟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ସିପିଆଇ (ଏମ) ନେତା ସୀତାରାମ ୟେଚୁରୀଙ୍କୁ ଏପ୍ରିଲ ୩୦ ସୁଦ୍ଧା ହାଜର ହେବା ପାଇଁ ସମନ କରିଛନ୍ତି। ୨୦୧୭ ମସିହା ସାମ୍ବାଦିକ ଗୌରୀ ଲଙ୍କେଶ ହତ୍ୟା ମାମଲାରେ ଆରଏସଏସ ଓ ବିଜେପିର ହାତ ଥିବା ନେଇ ରାହୁଲ ଗାନ୍ଧି ଓ ସୀତାରାମ ୟେଚୁରୀ ପ୍ରତିକ୍ରିୟା ରଖିଥିଲେ। ଏହାପରେ ଆରଏସଏସ ସେମାନଙ୍କ ବିରୋଧରେ ମାନହାନି କେସ ଦାୟର କରିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ୬ ସେପ୍ଚେମ୍ବର ୨୦୧୭ରେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଥିଲେ କି ଯିଏ ବି ଆରଏସଏସ, ବିଜେପି ବିରୋଧରେ କହିବ ସେ ଆକ୍ରମଣ କିମ୍ବା ହତ୍ୟାର ଶିକାର ହେବ। ଏହା ଦେଶର କଣ୍ଠରୋଧ ବୋଲି ସେ କହିଥିଲେ। ଆରଏସଏସ ଦାୟର କରିଥିବା ମାମଲାରେ ଦର୍ଶାଇଛି ଯେ ବିନା କୌଣସି ପ୍ରମାଣରେ ରାହୁଲ ଆରଏସଏସ ଉପରେ ପ୍ରତିକ୍ରିୟା ରଖି ସଂଗଠନର ସମ୍ମାନହାନି କରୁଛନ୍ତି।  ଆରଏସଏସ ପକ୍ଷରୁ କୋର୍ଟରେ ପ୍ରଥମଟି ଆରଏସଏସ ବାବଦରେ ବିନା ପ୍ରମାଣରେ କଂଗ୍ରେସ ଓ ସପିଆଇ(ଏମ)ର ନେତା ଓ କର୍ମୀ ପ୍ରତିକ୍ରିୟା ଦେବାରୁ ଦୂରେଇ ରହିବାକୁ ପ୍ରାର୍ଥନା କରାଯାଇଥିବାବେଳେ ଦ୍ବିତୀୟରେ ଏଭଳି ମିଥ୍ୟା ଆରୋପ ପାଇଁ ୧ ଟଙ୍କା କ୍ଷତିପୂରଣ ଦାବି କରିଛି ଆରଏସଏଏସ।

Related posts