୧୦୦୦ ଗୋଲ ସ୍କୋର କରି ପାରିବେ ଏମ୍‌ବାପେ : ପେଲେ

Published: Apr 3, 2019, 3:04 pm IST
mbappe can score over thousand goals

ବ୍ରାଜିଲିଆନ୍‌ ଫୁଟ୍‌ବଲର୍‌ ତଥା ଫୁଟ୍‌ବଲ୍‌ ଲେଜେଣ୍ଡ ପେଲେ କହିଛନ୍ତି କି ଏମ୍‌ବାପେ ୧୦୦୦ ଗୋଲ୍‌ ସ୍କୋର କରିବାର ଦକ୍ଷତା ରଖିଛନ୍ତି । ଫ୍ରାନ୍ସର ଷ୍ଟ୍ରାଇକର୍‌ କିଲିଆନ୍‌ ଏମ୍‌ବାପେ ପେଲେଙ୍କ ସହିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହି ମନ୍ତବ୍ୟ ଦେଇଛନ୍ତି ପେଲେ । ପେଲେ ନିଜ କ୍ୟାରିୟର୍‌ରେ ୧୦୦୦ରୁ ଅଧିକ ଗୋଲ ସ୍କୋର କରିଥିବା ବେଳେ ୨୦ ବର୍ଷୀୟ ଏମ୍‌ବାପେ ବର୍ତ୍ତମାନ ସୁଦ୍ଧା ୧୦୩ ଗୋଲ ସ୍କୋର କରିଛନ୍ତି । ପେଲେ କହିଛନ୍ତି ମୁଁ ମୋ କ୍ୟାରିୟରରେ ୧୦୨୫ ଗୋଲ୍‌ ସ୍କୋର କରିଥିଲି ତେଣୁ ଏହା ସମ୍ଭବ । ଏହି ମନ୍ତବ୍ୟ ଉପରେ ଏମ୍‌ବାପେ କହିଛନ୍ତି, ଯଦି ମୁଁ ତଳୁଆ ଡିଭିଜନ୍‌ ଲିଗ୍‌ ଏବଂ ପ୍ଲେ ଷ୍ଟେସନ୍‌ରେ କରିଥିବା ଗୋଲ୍‌କୁ ହିସାବକୁ ନେବି ତଥାପି ପେଲେଙ୍କ ରେକର୍ଡ ପାଖରେ ପହଞ୍ଚିବା ଅସମ୍ଭବ । ୨୦ବର୍ଷରୁ କମ୍‌ ବୟସର ଖେଳାଳି ଭାବେ ବିଶ୍ବକପ୍‌ ଫାଇନାଲ୍‌ରେ ଦ୍ବିତୀୟ ଖେଳାଳି ଭାବରେ ଗାେଲ୍‌ କରିବାର ରାକର୍ଡ ହାସଲ କରିଥିବା ଏମ୍‌ବାପେ ନିୟମିତ ଭାବରେ ଫ୍ରାନ୍ସ ଏବଂ ନିଜର କ୍ଲବ୍‌ ପ୍ୟାରିସ୍‌ ସେଣ୍ଟ ଜର୍ମାନ ପାଇଁ ଭଲ କରିବାକୁ ଚାହୁଁଛି ବୋଲି କହିଥିଲେ । ଏହାପରେ ଏମ୍‌ବାପେ କହିଥିଲେ ଫୁଟ୍‌ବଲ୍‌ରେ ଜଣେ ମାତ୍ର ରାଜା ଏବଂ ସେ ହେଉଛନ୍ତି ପେଲେ । ବର୍ତ୍ତମାନ ମୁଁ ଜାତୀୟ ଦଳ ସହିତ ପିଏସ୍‌ଜି ନିମନ୍ତେ ଫ୍ରେଞ୍ଚ କପ୍‌ ହାସଲ କରିବା ଉପରେ ପ୍ରାଧାନ୍ୟ ଦେଉଛି ବୋଲି ଏମ୍‌ବାପେ ପ୍ରକାଶ କରିଥିଲେ ।

Related posts