ସୁଶାନ୍ତ ଦାସଙ୍କ ୧୪ତମ ଶହୀଦ୍ ଦିବସ ପାଳିତ

Published: Feb 16, 2021, 9:28 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଏଲ୍‌.ମୋହନ ରାଓଙ୍କ ନେତୃତ୍ୱରେ ଭାରତମାତାର ବୀରସନ୍ତାନ ତଥା ଗଂଜାମ ଜିଲ୍ଲାର ଗୌରବ ପାଣିଗ୍ରାହୀପେଣ୍ଠ ସାହିର ସହୀଦ୍ ସୁଶାନ୍ତ ଗୌଡ଼ଙ୍କ ୧୪ତମ ସହିଦ୍ ଦିବସ ପାଳିତ ହୋଇଛି।

ଜିଲ୍ଲା ଉପସଭାପତି ରାମକୁମାର ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ସ୍ଥାନୀୟ ବଡ଼ବଜାର ଥାନା ଅନ୍ତର୍ଗତ ସହିଦ୍‌ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଶ୍ରୀ ପାତ୍ର ସହିଦ୍‌ଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ସାହାଯ୍ୟ କରିଥିବା ତତ୍‌କାଳୀନ ଡ଼ିଆଇଜି ଅମିତାଭ ଠାକୁର, ଏସ୍‌ଡ଼ିପିଓ ଶାନ୍ତୁନୁ ଦାସଙ୍କ ଧନ୍ୟବାଦ ଜଣାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ସିଦ୍ଧାନ୍ତ ଗଙ୍ଗଦେବ, ଜିଲ୍ଲା ସାଧାରଣ ସଂପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ, ଶୁବାଶିଷ ସାହୁ, ଯୁବନେତା କିରନ ସାହୁ, ଶିବପ୍ରସାଦ ପାତ୍ର, ରତନ ଦିନେଲ୍‌, ବିଜୟ ଗୋପାଳ, ଟୁଙ୍ଗୁରୁ ପାତ୍ର, ମନୋରଂଜନ ମହାରଣା, ବାଳକୃଷ୍ଣ ସାମନ୍ତରା, ମଧୁସୂଦନ ସାହୁ, ସନ୍ତୋଷ ସାହୁ, ବ୍ରହ୍ମାନନ୍ଦ ସାହୁ ପ୍ରମୁଖ ବହୁ ନେତା ଉପସ୍ଥିତ ଥିଲେ। ଏହାପରେ ଏକ ଟିମ୍ ସହିଦ୍ ସୁଶାନ୍ତଙ୍କ ଘରକୁ ଯାଇ ବୀରସୁପୁତ୍ରଙ୍କ ମାତାପିତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ ଥାନା ଏସ୍‌ଆଇ ଅର୍ଜୁନ ଜେନା ଓ ସମାଜସେବୀ ସନ୍ତୋଷ କୁମାର ମହାନ୍ତିଙ୍କ ସହ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Related posts