ବିଜେପି ପ୍ରାର୍ଥୀ ଡ. ଭୂଦାନ ମୁର୍ମୁଙ୍କ ଇସ୍ତଫା ଦାବି କଲା ବିଜେପି, ନବୀନ ନିବାସରେ ଫେରାଦ

Published: Apr 3, 2019, 2:42 pm IST

ଡାକ୍ତର ପଦବୀରୁ ସାରସକଣାର ବିଜେପି ବିଧାୟକ ପ୍ରାର୍ଥୀ ଭୁଦାନ ମୁର୍ମୁଙ୍କ ଇସ୍ତଫା ଗ୍ରହଣ ନହେବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନବୀନ ନିବାସରେ ବିଜେପି ଟିମ୍‌ ପହଞ୍ଚିଛନ୍ତି। ବିଜେପିର ସାରସକଣାର ଆଶାୟୀ ପ୍ରାର୍ଥୀ ଡାକ୍ତର ଭୂଦାନ ମୁର୍ମୁଙ୍କ ଗଣତାନ୍ତ୍ରିକ ଅଧିକାରରୁ ରାଜ୍ୟ ସରକାର ବଞ୍ଚିତ କରୁଥିବା ଦଳ ଅଭିଯୋଗ କରିଛି। ନାମାଙ୍କନ ଭରିବାରକୁ ଆଉ ହାତରେ ମାତ୍ର କେଇଟା ଦିନ ଥିବାବେଳେ ଏ ଯାଏଁ ତାଙ୍କର ଇସ୍ତଫା ପତ୍ରକୁ ସରକାର ଗ୍ରହଣ କରୁ ନାହାଁନ୍ତି। ଯାହାକୁ ନେଇ ଆଜି ଭୂଦାନ ମୁର୍ମୁ ବିଜେପି ଉପସଭାପତି ସମୀର ମହାନ୍ତି ଓ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଫେରାଦ ଦେଇଛନ୍ତି। ଭୂଦାନଙ୍କ ଅଭିଯୋଗ ମୁତାବକ ସେ ଦୀର୍ଘ ୬ ମାସ ହେବ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ଅକ୍ଟୋବର ୪, ୨୦୧୮ରେ ଇସ୍ତଫା ଦେଇଛନ୍ତି। ଏଥିପାଇଁ ଆବଶ୍ୟକ କାଗଜପତ୍ର ମଧ୍ୟ ଦେଇଛନ୍ତି। ଏହା ସହିତ ଗତ ଜାନୁୟାରୀ ୧୬ରେ ଭିଜିଲାନ୍ସ କ୍ଲିଅରାନ୍ସ ମଧ୍ୟ ପ୍ରଦାନ କରିଛନ୍ତି। କିନ୍ତୁ ଏ ଯାଏଁ ତାଙ୍କର ଇସ୍ତଫା ପତ୍ର ଗ୍ରହଣ ହୋଇଛି କି ନାହିଁ ଜାଣିପାରୁ ନାହାଁନ୍ତି। ବାରମ୍ବାର କହିବା ପରେ ମଧ୍ୟ ତାଙ୍କୁ କୌଣସି ସୂଚନା ଦିଆଯାଉ ନାହିଁ। ସେପଟେ ତାଙ୍କୁ ବିଜେପି ସାରସକଣାର ପ୍ରାର୍ଥୀ ଘୋଷଣା କରିଛି।

Related posts