Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶତାଧିକ ମତ୍ସ୍ୟଜୀବୀ ପରିବାର ପକ୍ଷରୁ ମୁଖ୍ୟରାସ୍ତା ଅବରୋଧ
ଆଜିର ଖବର

ଶତାଧିକ ମତ୍ସ୍ୟଜୀବୀ ପରିବାର ପକ୍ଷରୁ ମୁଖ୍ୟରାସ୍ତା ଅବରୋଧ

February 17, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ପ୍ରଶାସନ ପକ୍ଷରୁ ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା ଓ ଜାଲକୁ ଅନ୍ୟତ୍ର ଜୋରଜବରଦସ୍ତ ଉଠାଇବାକୁ କହିବା ଏବଂ ମତ୍ସ୍ୟଜୀବୀଙ୍କ ପକ୍ଷରୁ ଉପସ୍ଥାପିତ କରାଯାଇଥିବା ବିଭିନ୍ନ ଦାବି ପ୍ରତି ପ୍ରଶାସନିକ ଅବହେଳା ନେଇ ଆଜି ଗୋପାଳପୁର ସମେତ ଆଖପାଖ ଅଂଚଳର ୧୨ ଖଣ୍ଡ ଗ୍ରାମର ଶତାଧିକ ମତ୍ସ୍ୟଜୀବୀ ସେମାନଙ୍କ ପରିବାରର ମହିଳା ଓ ଶିଶୁମାନଙ୍କୁ ନେଇ ଗୋପାଳପୁର ମୁଖ୍ୟରାସ୍ତାରେ ଟାୟାର ଜାଳି ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ରାଜ୍ୟ ସରକାରଙ୍କ ପକ୍ଷରୁ ଗୋପାଳପୁର ଓ ଚିକିଟି ବ୍ଲକ୍ ଅନ୍ତର୍ଗତ ସୁନାପୁର ବେଳାଭୂମିକୁ ବ୍ଲୁଫ୍ଲାର୍ଗ ବିଚର ମାନ୍ୟତା ଦିଆଯିବା ନିମନ୍ତେ ବେଳାଭୂମିର କିଛି ଅଂଶକୁ ଚିହ୍ନଟ କରାଯାଇଛି। ଏହା ମଧ୍ୟରେ ସରକାରଙ୍କ ପକ୍ଷରୁ ବନବିଭାଗକୁ ପାଣ୍ଠି ପ୍ରଦାନ ସହ ଅଳ୍ପ ଦିନ ମଧ୍ୟରେ ବେଳାଭୂମିରେ ବ୍ଲୁ ଫାର୍ଗ ବିଚ୍‌ର ମାନ୍ୟତା ପାଇବା ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବା ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି। ଏହାକୁ ଆଖି ଆଗରେ ରଖି ବେଳାଭୂମିରେ ଚିହ୍ନଟ ହୋଇଥିବା ସ୍ଥାନରେ ମତ୍ସ୍ୟଜୀବୀଙ୍କ ପକ୍ଷରୁ ରଖାଯାଉଥିବା ଡ଼ଂଗା ଓ ଜାଲଗୁଡ଼ିକ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ମଧ୍ୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ପକ୍ଷରୁ ଗତ ଜାନୁୟାରୀ ମାସରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବା ସହ ସେମାନଙ୍କ ବିଭିନ୍ନ ଦାବି ଜଣାଇଥିଲେ। ଏହା ମଧ୍ୟରେ ପ୍ରାୟ ୨ ସପ୍ତାହ ଅତିକ୍ରାନ୍ତ ହୋଇଯିବା ପରେ ମଧ୍ୟ ପ୍ରଶାସନ ପକ୍ଷରୁ ମୁହାଣ ନିର୍ମାଣ ନିମନ୍ତେ କୌଣସି ପଦକ୍ଷେପ ନିଆଯାଇନାହିଁ।

ତେବେ ବର୍ତ୍ତମାନ ଏନ୍‌ଏସି ପକ୍ଷରୁ ୧୨ ତାରିଖରେ ବେଳାଭୂମି ସମେତ ରେଉସାହିରେ ସରକାରୀ ଜାଗା ଜବରଦଖଲ କରି ଘର ଓ ଦୋକାନ କରିଥିବା ଘର ଆଗରେ ନୋଟିସ୍ ମରାଯିବା ସହ ସେମାନଙ୍କୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଜାଗା ଖାଲି କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହିକ୍ରମରେ ଦୁଇଦିନ ହେଲା ଗ୍ରାମରେ ଗାଁ ମୁଖିଆ ବି. ଦାନେୟାଙ୍କ ନେତୃତ୍ୱରେ ଏକ ବୈଠକ କରିବା ସହ ଆଖପାଖ ଅଂଚଳର ୧୨ ଖଣ୍ଡ ମତ୍ସ୍ୟଜୀବୀ ଗାଁର ଗାଁ ମୁଖିଆଙ୍କୁ ଡ଼ାକି ବୈଠକ ଅନୁଷ୍ଠିତ ହୋଇଥିଲା। ଏହିକ୍ରମରେ ମଙ୍ଗଳବାର ସନ୍ଧ୍ୟାରେ ମତ୍ସ୍ୟଜୀବୀଙ୍କ ପକ୍ଷରୁ ଗୋପାଳପୁରରେ ଧେଣ୍ଡୁରା ମରାଯାଇ ବୁଧବାର ଓ ଗୁରୁବାର ଦିନ କୌଣସି ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ନଯିବା ସହ ମତ୍ସ୍ୟଜୀବୀ ମହିଳା ମାନେ ଗାଁ ବାହାରକୁ ନଯିବା ନିମନ୍ତେ ସ୍ଥିର କରାଯାଇଥିଲା।

ସୋମବାର ଦିନ ସ୍ଥାନୀୟ ଗୋପାଳପୁର ଥାନାକୁ ମତ୍ସ୍ୟଜୀବୀଙ୍କ ପକ୍ଷରୁ ବୁଧବାର ଦିନ ରାସ୍ତାରୋକ ସହ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଅନୁମତିଦେବାକୁ ଅନୁରୋଧ କରାଯିବା ସହ ଲିଖିତ ଭାବେ ଦାବି କରାଯାଇଥିଲା। କିନ୍ତୁ ମତ୍ସ୍ୟଜୀବୀଙ୍କ ବିକ୍ଷୋଭ କିମ୍ବା ରାସ୍ତାରୋକ ନିମନ୍ତେ ଅନୁମତି କୌଣସି ଅନୁମତି ନ ମିଳିବା ଏବଂ ପ୍ରଶାସନ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ବିକ୍ଷୋଭ ପ୍ରଦର୍ଶନ ନକରିବା ତାଗିଦ୍ କରାଯିବାକୁ ମତ୍ସ୍ୟଜୀବୀମାନେ ଉତ୍‌କ୍ଷିପ୍ତ ହେବା ସହ ଶହଶହ ସଂଖ୍ୟାରେ ପୁରୁଷ, ମହିଳା ଓ ଶିଶୁ ମାନେ ଦିନ ୧୦ଠାରେ ପ୍ରଥମେ ଷଣ୍ଢଛକଠାରେ ବିକ୍ଷୋଭ କରିବା ସହ ରାସ୍ତାରୋକ ଆରମ୍ଭ କରିଥିଲେ। ଏହା ଜଣାପଡ଼ିବା ପରେ ଗୋପାଳପୁର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମତ୍ସ୍ୟଜୀବୀଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଉତ୍ତ୍ୟକ୍ତ ମତ୍ସ୍ୟଜୀବୀମାନେ ନିଜ ଜିଦ୍‌ରେ ଅଟଳ ରହିବା ସହ ସେଠାରୁ ଗୋପଳପୁର କଲେଜ ଛକକୁ ଯାଇ ସେଠାରେ ଟାୟାର ଜାଳି ରାସ୍ତାରୋକ କରିବା ସହ ବିକ୍ଷୋଭ କରିଥିଲେ।

ଅପରାହ୍ନ ୩ ଘଣ୍ଟା ବେଳେ ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଗୋପାଳପୁର ଆସୁଥିବା ଜଣାପଡ଼ିବା ପରେ ମତ୍ସ୍ୟଜୀବୀ ମାନେ ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆସନ୍ତା ୨୧ ତାରିଖରେ ମତ୍ସ୍ୟ ବିଭାଗ, ପ୍ରଶାସନ ଏବଂ ମତ୍ସ୍ୟଜୀବୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବା ସହ ସେଠାରେ ମତ୍ସ୍ୟଜୀବୀଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା ହେବ ବୋଲି ପ୍ରତିଶ୍ରୁତି ମିଳିଥିଲା। ଏହି ସମୟ ପର୍ଯ୍ୟନ୍ତ ପୂର୍ବ ଆଦେଶ କାର୍ଯ୍ୟକାରୀ ହେବନି ବୋଲି ଉପଜିଲ୍ଲାପାଳ କହିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏଥିରେ ଗାଁ ମୁଖିଆଙ୍କ ସହ ବହୁ ମତ୍ସ୍ୟଜୀବୀ ସାମିଲ ହୋଇଥିଲେ।

ମତ୍ସ୍ୟଜୀବୀ ପରିବାର
Share. Facebook Twitter LinkedIn Email WhatsApp Copy Link

Related Posts

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026
Latest News

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.