Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅବହେଳା କରନ୍ତୁ ନାହିଁ, ପୁଣି ଫେରିପାରେ କରୋନା ଭାଇରସ୍‌: ପ୍ରଫେସର ମହାପାତ୍ର
ଆଜିର ଖବର

ଅବହେଳା କରନ୍ତୁ ନାହିଁ, ପୁଣି ଫେରିପାରେ କରୋନା ଭାଇରସ୍‌: ପ୍ରଫେସର ମହାପାତ୍ର

February 18, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କୋଭିଡ-୧୯ର ଭୟ କିଛି ଟା ହ୍ରାସ ପାଉଥିବା ଜଣାପଡୁଥିଲେ ମଧ୍ୟ ଲୋକମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ କୋଭିଡ ନିୟମାବଳୀକୁ ଦୃଢ଼ଭାବେ ପାଳନ କରିବା ଉଚିତ୍ ବୋଲି ବିଶିଷ୍ଟ ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରଫେସର ଅଶୋକ କୁମାର ମହାପାତ୍ର ମତ ଦେଇଛନ୍ତି।

ଓଡ଼ିଶାରେ କରୋନା ସଂକ୍ରମିତ ଚିହ୍ନଟଙ୍କ ସଂଖ୍ୟା କମିଥିଲେ ମଧ୍ୟ ଆମେ ଯେ ବର୍ତ୍ତମାନ ବିପଦମୁକ୍ତ ତାହା କହିପାରିବା ନାହିଁ ବୋଲି କହିଛନ୍ତି ବିଶିଷ୍ଟ ନ୍ୟୁରୋସର୍ଜନ୍ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର ମହାପାତ୍ର। କରୋନା ଭାଇରସ୍‌ର ବ୍ରିଟେନ୍ ଷ୍ଟ୍ରେନ୍ ନିକଟରେ ଭାରତରେ ଦେଖାଦେଇଛି ଓ ପୂର୍ବ ଭାଇରସ୍ ଠାରୁ ଏହା ୫୦ % ଅଧିକ ସଂକ୍ରମଣ କରିପାରେ।

ବର୍ତ୍ତମାନ ଏହି ଷ୍ଟ୍ରେନ୍ ଭାରତରେ ଚିହ୍ନଟ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲ୍‌ର ଷ୍ଟ୍ରେନ୍ ମଧ୍ୟ ଆମ ଦେଶରେ ଚିହ୍ନଟ ହୋଇସାରିଲାଣି। ତେଣୁ ଏହି ରୋଗକୁ ନେଇ ଯେ ଆଉ ଭୟ ନାହିଁ ତାହା ଭାବିବା ଭୁଲ୍ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି।

ପ୍ରଫେସର ମହାପାତ୍ର କହିଛନ୍ତି ଯେ ଯେତେବେଳେ ଏହି କରୋନା ମହାମାରୀ ତା’ର କାୟା ବିସ୍ତାର କରିଥିଲା ସେତେବେଳେ ଚାଲିଥିବା ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ସମୟରେ ଲୋକମାନେ ଖୁବ୍ ଭୟଭୀତ ଥିଲେ। ଏବେ କିନ୍ତୁ ସେମାନେ ବେଶ ଆରାମ ଅନୁଭବ କରୁଛନ୍ତି।

ଅଧିକାଂଶ ସ୍ଥାନରେ ପୁରୁଷ ଓ ସ୍ତ୍ରୀ ଲୋକମାନେ ମାସ୍କ ନ ପିନ୍ଧି ବୁଲୁଥିବାର ଦେଖିବାକୁ ମିଳୁଥିବା ବେଳେ ସାମାଜିକ ଦୂରତା ପାଳନ କରିବା ବନ୍ଦ ହୋଇଯାଇଥିବା ଭଳି ଅନୁଭବ ହେଉଛି। କେତେକ ଲୋକ ମୁହଁ ତଳକୁ କିମ୍ବା ବେକରେ ମାସ୍କ ଲଗାଇବା ଦେଖିବାକୁ ମିଳୁଛି। ଏଭଳି ମାସ୍କ ପିନ୍ଧିବାର କୌଣସି ମୂଲ୍ୟ ନାହିଁ ବୋଲି ସେ କହିଛନ୍ତି। ଭାକ୍ସିନ୍ ଆସିଯିବା ଦ୍ୱାରା ଏହା ଭାଇରସ୍‌କୁ ନିଶ୍ଚିତ ଭାବରେ ପ୍ରତିରୋଧ କରିବାରେ ସକ୍ଷମ ହୋଇପାରେ। ତେବେ କୋଭାକ୍ସିନ୍ ଏବଂ କୋଭିସିଲ୍ଡ ଭଳି ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି ଭାଇରସ୍ ହଜି ଯାଇନାହିଁ ଓ ଲୋକମାନେ ନିଜକୁ ସୁରକ୍ଷିତ ବୋଲି ଭାବିବା ଉଚିତ୍ ନୁହେଁ। କାରଣ ସମସ୍ତ ଲୋକଙ୍କୁ ଟିକାର ଡୋଜ୍ ଦେବା ପାଇଁ ଅନେକ ସମୟ ଲାଗିବ।

କରୋନା ଭାଇରସ୍ ପୁଣି ଥରେ ଫେରିବାର ଅନେକ ଆଶଙ୍କା ରହିଥିବା ବେଳେ ଆମକୁ ଅଧିକ ମାତ୍ରାରେ ସାବ୍‌ଧାନ ରହିବା ସହ ଏହି ପରିସ୍ଥିତି ସଂପୂର୍ଣ୍ଣ ଭାବେ ବଦଳି ଯିବା ପର୍ଯ୍ୟନ୍ତ କୋଭିଡ-୧୯ର ନିୟମାବଳୀକୁ ଦୃଢ଼ ଭାବେ ପାଳନ କରିବାକୁ ହେବ ବୋଲି ପ୍ରପେସର
ମହାପାତ୍ର କହିଛନ୍ତି।

କୋଭାକ୍ସିନ୍‌ର ଟିକା ଗ୍ରହଣ କରିସାରିଥିବା ପ୍ରଫେସର ମହାପାତ୍ର କହିଛନ୍ତି ସମସ୍ତଙ୍କ କ୍ଷେତ୍ରରେ ଟିକାଗ୍ରହଣ କରିବା ଅତ୍ୟନ୍ତ ଜରୁରୀ। ଟିକାକରଣ ଆରମ୍ଭର ପ୍ରଥମ ଦିନ ଅର୍ଥାତ୍ ଜାନୁଆରୀ ୧୬ ତାରିଖ ଦିନ ପ୍ରଫେସର ମହାପାତ୍ର କୋଭାକ୍ସିନ୍ ଟିକାର ପ୍ରଥମ ଡୋଜ୍ ଗ୍ରହଣ କରିଥିବା ବେଳେ ୩ ଦିନ ତଳେ ଦ୍ୱିତୀୟ ଡୋଜ୍ ଗ୍ରହଣ କରିଛନ୍ତି। ଟିକା ଗ୍ରହଣ ପରେ ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି ଏବଂ ଏହାର କୌଣସି ପାଶ୍ୱର୍ପ୍ରତିକ୍ରିୟା ନାହିଁ ବୋଲି ସେ କହିଛନ୍ତି।

ଯଦିଓ ଓଡ଼ିଶାରେ ପ୍ରତ୍ୟେକ ଦିନ ଚିହ୍ନଟ ହେଉଥିବା କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୧୦୦ ତଳକୁ ଖସିଆସିଛି ତେବେ କୌଣସି ଦିନ ମଧ୍ୟ ଏହି ସଂକ୍ରମଣ ଫେରିବାର ଆଶଙ୍କା ରହିଛି। ତେଣୁ ଜନଗହଳିପୂର୍ଣ୍ଣ ସ୍ଥାନକୁ ଯିବା ବନ୍ଦ କରନ୍ତୁ ବୋଲି ସେ ଉପଦେଶ ଦେଇଛନ୍ତି। ମାସ୍କ ପିନ୍ଧିବା, ହାତକୁ ସାନିଟାଇଜ୍ କରିବା ଏବଂ ସାମାଜିକ ଦୂରତା ବଜାୟ ରଖିବା କୋଭିଡ-୧୯ ଯୁଦ୍ଧ ସହିତ ଲଢ଼ିବା ନିମନ୍ତେ ୩ଟି ମନ୍ତ୍ର ଓ ଏହାକୁ ଲୋକମାନେ ପାରୁ ପର୍ଯ୍ୟନ୍ତ ପାଳନ କରନ୍ତୁ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି।

ମୁଁ ଲୋକଙ୍କୁ ଭୟଭୀତ ହେବାକୁ କହୁନାହିଁ, କିନ୍ତୁ ସେମାନେ ସାବଧାନ ହେବାର ଆବଶ୍ୟକତା ରହିଛି। ଆମେ ଆମ ନିଜକୁ, ନିଜ ପରିବାରକୁ ଏବଂ ସମାଜକୁ ସୁରକ୍ଷା ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

କରୋନା ଭାଇରସ୍ କୋଭିଡ଼-୧୯
Share. Facebook Twitter LinkedIn Email WhatsApp Copy Link

Related Posts

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026

ବିହାର ରାଜ୍ୟସଭା ନିର୍ବାଚନ: ସମସ୍ତ ପାଞ୍ଚ ଆସନ ଜିତିଲେ ଏନଡିଏ ପ୍ରାର୍ଥୀ

March 16, 2026
Latest News

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026

ବିହାର ରାଜ୍ୟସଭା ନିର୍ବାଚନ: ସମସ୍ତ ପାଞ୍ଚ ଆସନ ଜିତିଲେ ଏନଡିଏ ପ୍ରାର୍ଥୀ

March 16, 2026

ଖୋଲିଲା ମା’ ଭଗବତୀ ମନ୍ଦିର ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ କେତେ?

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.