ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟରେ ଘୃଣା ଭାବ ସୃଷ୍ଟି କରି ନିଜ ପଦବୀକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ମୋଦି : ଓୱେସି

Published: Apr 3, 2019, 3:23 pm IST
modi plays hindu - muslim cards :owasis

କଂଗ୍ରେସର ‘ହିନ୍ଦୁ ଆତଙ୍କବାଦ’ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିକ୍ରିୟାକୁ କଡ଼ା ସମାଲୋଚନା କରିଛନ୍ତି ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦ-ଉଲ-ମୁସଲିମୀନ ମୁଖ୍ୟ ଅସାଉଦ୍ଦିନ ଓୱେସି। ବିଜେପି ‘ବିଭାଜନ ଏବଂ ନିୟମ’ ନୀତି ଆପଣାଇଥିବାବେଳେ ମୋଦୀ ନିଜର ପଦବୀକୁ ସୁରକ୍ଷିତ ରଖିବା ଲାଗି ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟରେ ଘୃଣାଭାବ ସୃଷ୍ଟି କରୁଛନ୍ତି ବୋଲି ଓୱେସି କହିଛନ୍ତି। ମୋଦୀ ୱାରଧାଠାରେ ଏକ ରାଲିକୁ ସମ୍ବୋଧିତ କରି କହିଥିଲେ, କଂଗ୍ରେସ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ‘ହିନ୍ଦୁ ଆତଙ୍କବାଦ’ ଭଳି ଶବ୍ଦ ବ୍ୟବହାର କରୁଛି। ମୋଦୀଙ୍କ ଏପରି ବୟାନ ଉପରେ ପ୍ରିତିକ୍ରିୟା ରଖି ଓୱେସି ତାଙ୍କୁ ସମାଲୋଚନା କରିଛନ୍ତି। ନାଥୁରାମ ଗଡ୍‌ସେଙ୍କୁ ନେଇ ପ୍ରଶ୍ନ ରଖିଥିବାବେଳେ  ମୋଦି କେବଳ ହିନ୍ଦୁ ଏବଂ ମୁସଲମାନଙ୍କ ବିଷୟରେ କହି ଭାରତକୁ ଦୁର୍ବଳ କରୁଛନ୍ତି ବୋଲି ଓୱେସି କହିଛନ୍ତି । ଏହା ସହିତ ଓୱେସି ମୋଦୀଙ୍କୁ ଏକ ବିତର୍କ ପାଇଁ ଆହ୍ବାନ କରିଛନ୍ତି, ପୂରା ଦେଶ ପ୍ରଧାନମନ୍ତ୍ରୀଙ୍କୁ ଦେଖୁଛି ଏବଂ ସେ ପ୍ରଧାନମନ୍ତ୍ରୀ ପଦରେ ରହିବା ସତ୍ବେ ତାଙ୍କ  ଭାଷା ପ୍ରୟୋଗକୁ ଦେଶବାସୀ ଅନୁଧ୍ୟାନ କରୁଛନ୍ତି ବୋଲି କହିଛନ୍ତି ଓୱେସି ।

Related posts