ଭୁବନେଶ୍ବର, ଦାସିଆ ଅଜାଙ୍କ ଦ୍ଵାରା ପରିକଳ୍ପିତ ଓଡିଶା ପାଠାଗାର ଆନ୍ଦୋଳନକୁ ପୁନଃ ପ୍ରଜ୍ୱଳିତ କରିବା ପାଇଁ ଅଭିନେତ୍ରୀ ତଥା ସାମାଜ ସେବୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏକ ଅନନ୍ୟ ଅଭିଯାନ। ଶୁକ୍ରବାର ଦିନ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶା ପତିତ ଉଦ୍ଧାର ସମିତି ଦ୍ୱାରା ପରିଚାଳିତ “ଆଶ୍ରୟ” ବୃଦ୍ଧାଶ୍ରମ, ୟୁନିଟ୍ -6 ଭୁବନେଶ୍ୱର ଠାରେ ବର୍ଷା ପ୍ରିୟଦର୍ଶିନୀ ଏକ ପାଠାଗାରର ସ୍ଥାପନା କରିଥିଲେ।
ସେ ଆଶ୍ରମର ବୃଦ୍ଧ ଅନ୍ତେବାସୀ ମାନଙ୍କ ସହିତ ସମୟ ବିତାଇବା ସାଙ୍ଗକୁ ପୁରାଣ ଏବଂ ଧର୍ମଗ୍ରନ୍ଥ ଠାରୁ ଆରମ୍ଭ କରି କାଳ୍ପନିକ ଉପନ୍ୟାସ ଏବଂ ଆତ୍ମଜୀବନୀ ପର୍ଯ୍ୟନ୍ତ ବିଭିନ୍ନ ବିଷୟବସ୍ତୁ ଆଧାରିତ ପୁସ୍ତକ ଅନ୍ତେବାସୀମାନଙ୍କୁ ଦାନ କରିଥିଲେ। ଆଶ୍ରୟର ଅନ୍ତେବାସୀମାନେ ତାଙ୍କୁ ସେମାନଙ୍କ ମଧ୍ୟରେ ପାଇ ଅତ୍ୟଧିକ ଆନନ୍ଦିତ ହୋଇଥିଲେ ଏବଂ ସେମାନେ ନୂତନ ଭାବରେ ସ୍ଥାପିତ ପାଠାଗାରର ସଦୁପଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।