ଛାତ୍ରହତ୍ୟା ନେଇ ବିଏଚ୍‌ୟୁ କୁଳପତିଙ୍କ ନାମରେ ମାମଲା

Published: Apr 3, 2019, 4:26 pm IST
fir launched in proctors name

ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟ(ବିଏଚୟୁ) ପରିସରରେ ଜଣେ ଛାତ୍ରଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହି ଘଟଣା ନେଇ ପୁଲିସ ପକ୍ଷରୁ ୫ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି । ମୃତକଙ୍କ ପିତା ରାକେଶ ପ୍ରତାପ ସିଂ ଏହି ମାମଲାକୁ ନେଇ କୁଳପତି ରୋୟନା ସିଂ ନାମରେ ମଧ୍ୟ ଅଭିଯୋଗ କରିଛନ୍ତି । ପୋଲିସ ପକ୍ଷରୁ କୁଳପତିଙ୍କ ସମେତ ୪ ଛାତ୍ରଙ୍କ ନାମରେ ମାମଲା ରୁଜୁ କରାଯାଇଛଇ । ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ହତ୍ୟାର ଶିକାର ହୋଇଥିବା ଛାତ୍ରଙ୍କ ନାମ ଗୌରବ ସିଂହ। ସେ ବିଏଚୟୁରେ ଏମସିଏରେ ଅଧ୍ୟୟନ କରିବା ସହ ବିଶ୍ଵବିଦ୍ୟାଳୟର ଲାଲ ବାହାଦୁର ଶାସ୍ତ୍ରୀ ହଷ୍ଟେଲରେ ରହୁଥିଲେ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରାଣସୀସ୍ଥିତ ବିଏଚୟୁ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ଗୌରବ ବିର୍ଲା ହଷ୍ଟେଲ ସମ୍ମୁଖରେ ଛିଡ଼ା ହୋଇ ନିଜ ସାଙ୍ଗମାନଙ୍କ ସହ କଥା ହେଉଥିବା ବେଳେ କେତେଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। ପାରିବାରିକ ଶତ୍ରୁତାକୁ ନେଇ ଶ୍ରୀମତି ରୋୟନା ସିଂ ଏହି ହତ୍ୟା ଷଡଯନ୍ତ୍ର ରଚିଥିବାର ଅଭିଯୋଗ ଆଣିଛନ୍ତି ରାକେଶ ପ୍ରତାପ ସିଂ । ଧାରା ୧୪୭, ୧୪୮, ୧୪୯, ୧୨୦ବି, ୩୦୨ ଏବଂ ୩୪ଅନୁଯାୟୀ ମାମଲା ରୁଜୁ କରାଯାଇଛି ବୋଲି ତଦନ୍ତକାରୀ ଅଫିସର ଅନୀଲ କୁମାର ସୂଚନା ଦେଇଛନ୍ତି ।

Related posts