Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋରରେ ଉପଲବ୍ଧ ହେବ ନୂଆ ସାମସଙ୍ଗ ଗାଲାକ୍ସି ଏଫ୍ ୬୨, ଦଶ ହଜାର ଟଙ୍କାର ଲାଭ
ଆଜିର ଖବର

ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋରରେ ଉପଲବ୍ଧ ହେବ ନୂଆ ସାମସଙ୍ଗ ଗାଲାକ୍ସି ଏଫ୍ ୬୨, ଦଶ ହଜାର ଟଙ୍କାର ଲାଭ

February 21, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋରରେ ଉପଲବ୍ଧ ହେବ ନୂଆ ସାମସଙ୍ଗ ଗାଲାକ୍ସି ଏଫ୍ ୬୨, ଦଶ ହଜାର ଟଙ୍କାର ଲାଭ

ଭୁବନେଶ୍ବର, ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋର ନୂଆ ସାମସଙ୍ଗ ଗାଲାକ୍ସି ଏଫ୬୨ ର ଶୁଭାରମ୍ଭ କରିବା ପାଇଁ ଅଫଲାଇନ୍ ସହଭାଗୀତା ସ୍ଥାପନ କରିଛନ୍ତି । ଏହା ୨୨ ଫେବୃୟାରୀରୁ ଆରମ୍ଭ କରାଯାଉଛି ଏବଂ ଗ୍ରାହକମାନେ ଏହି ନୂତନ ସାମସଙ୍ଗ ସ୍ମାର୍ଟ ଫୋନକୁ ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋର ଗୁଡିକରେ ଏହାକୁ ଦେଖି ପାରିବେ, ଅନୁଭବ କରିପାରିବେ ଓ କିଣିିପାରିବେ । ରିଲାଏନ୍‌ସ ଡିଜିଟାଲର ବ୍ୟାପକ ନେଟୱର୍କ ମାଧ୍ୟମରେ ସାମସଙ୍ଗ ଗାଲାକ୍ସି ଏଫ୍‌୬୨ ସାରା ଦେଶରେ ଉପଲବ୍ଧ ହେବ ଯଦ୍ୱାରା ଫୋନ୍ କିଣିବାକୁ ଆଗ୍ରହୀ ଗ୍ରାହକମାନେ ଏହି ଶକ୍ତିସମ୍ପନ୍ନ ଡିଭାଇସର ପ୍ରତ୍ୟକ୍ଷ୍ୟ ଅନୁଭବ କରିପାରିବେ ।

ନୂଆ ସାମସଙ୍ଗ ଗାଲାକ୍ସି ରେ ଏଫ୬୨ ରେ ରହିଛି ୨.୭୩ ଗିଗା ହର୍ଜ ଅକ୍ଟା କୋର ପ୍ରୋସେସର ତଥା ସାମସଙ୍ଗ ୭ ଏନଏମ ଏକ୍ସିନୋସ୍ ୯୮୨୫ ସହିତ ୧୨୮ ଜିବି ଏକ୍ସପାଣ୍ଡେବଲ୍ ଷ୍ଟୋରେଜ୍ ଓ ଏକ କଲର ସୁପର ଆମୋଏଲ୍‌ଇଡି ସ୍କ୍ରିନ । ଏହା ସହିତ ଏଥିରେ ରହିଛି ଏହି ସେଗମେଂଟର ଅଗ୍ରଣୀ ୭୦୦୦ ଏମଏଏଚ୍ ବ୍ୟାଟେରୀ ଯାହାକି ଗେମର ମାନଙ୍କ ପାଇଁ ଏକ ସ୍ୱପ୍ନର ଫୋନ୍ ହୋଇପାରିବ ।

ଏହି ଫୋନରେ ମଧ୍ୟ ରହିଛି ଫିଙ୍ଗରପ୍ରିଂଟ ସେନ୍ସର ଓ ଫେସ ଅନଲକ୍ ବିକଳ୍ପ । ଏଥିରେ ରହିଥିବା ୬୪ ମେଗା ପିକ୍ସେଲ ବ୍ୟାକ୍ କ୍ୟାମେରାରେ ରହିଛି ଅଲଟ୍ରା ୱାଇଡ୍ ଓ ମାକ୍ରୋ ସୁଟିଂ। ଏହାର ୬ ଜିବି ରାମ୍ ବିଶିଷ୍ଟ ଫୋନ୍‌ର ମୂଲ୍ୟ ରହିଛି ୨୧,୪୯୯ ଟଙ୍କା ଏବଂ ୮ ଜିବି ରାମ୍ ବିଶିଷ୍ଟ୍ ଫୋନ୍‌ର ମୂଲ୍ୟ ରହିଛି ୨୩,୪୯୯ ଟଙ୍କା ଯାହା ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ୨୫୦୦ ଟଙ୍କାର ଆଇସିଆଇସିଆଇ ବ୍ୟାଙ୍କ ଇନ୍‌ଷ୍ଟାଂଟ ଡିସକାଉଂଟ କ୍ରେଡିଟ୍ ଓ ଡେବିଟ୍ କାର୍ଡ଼ରେ କିମ୍ବା ୨୫୦୦ ଟଙ୍କା ପର‌୍ୟ୍ୟନ୍ତ ସିଟିବ୍ୟାଙ୍କ କ୍ରେଡିଟ କାର୍ଡ଼ ଇଏମଆଇରେ ଇନ୍‌ଷ୍ଟାଂଟ ଡିସକାଉଂଟ ।

ଏହି ସହଭାଗୀତା ସମ୍ପର୍କରେ ସୂଚନା ଦେଇ ରିଲାଏନ୍ସ ଡିଜିଟାଲ୍‌ର ମୁଖ୍ୟ କାର‌୍ୟ୍ୟନିର୍ବାହୀ ବ୍ରିଆନ୍ ବେଡ୍‌, କହିଛନ୍ତି ଯେ, “ଆମେ ସାରା ଭାରତରେ ସାମସଙ୍ଗ ଗାଲାକ୍ସି ଏଫ୬୨ ର ଏକମାତ୍ର ବା ଏକ୍ସକ୍ଲୁସିଭ୍ ଅଫଲାଇନ୍ ପାର୍ଟନର ହୋଇଥିବାରୁ ବହୁତ ଆନନ୍ଦିତ । ଆମର ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋର ସମୂହର ବିଶାଳ ନେଟୱର୍କ ସାରା ଦେଶର ଗ୍ରାହକମାନଙ୍କୁ ପ୍ରଥମେ ଏହି ଫୋନ କ୍ରୟ କରି ସ୍ୱତନ୍ତ୍ର ଅନୁଭବ ଲାଭ କରିବାର ସୁଯୋଗ ପ୍ରଦାନ କରିବ । ଆମେ ନିଶ୍ଚିତ ଯେ ଆମର ଗ୍ରାହକମାନେ ଏହି ଫୋନର କାର‌୍ୟ୍ୟଦକ୍ଷତା ଦ୍ୱାରା ଆନନ୍ଦ ଅନୁଭବ କରିବେ, ବିଶେଷ କରି ଏହାର ମୂଲ୍ୟ ବର୍ଗ ଯାହାକି ଅନେକଙ୍କପାଇଁ ବେଶ୍ ସୁଲଭ ହୋଇପାରିବ ।”

ଯେଉଁ ଜିଓ ଗ୍ରାହକମାନେ ସାମସଙ୍ଗ ଗାଲାକ୍ସି ଏଫ୬୨ କୁ ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋର ସମୂହରୁ କ୍ରୟ କରିବାକୁ ବାଛିବେ ସେମାନେ ଏହାର ଶୁଭାରମ୍ଭ ସମୟରେ ଅନ୍ୟାନ୍ୟ ସ୍ୱତନ୍ତ୍ର ଅଫର ଗୁଡିକର ଲାଭ ନେଇପାରିବେ ଯେଉଡଥିରେ ସାମିଲ୍ ରହିଛି ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ନେବାର ସୁବିଧା । ଏହି ଲାଭ ଗୁଡ଼ିକରେ ଅନ୍ତର୍ଭୁକ୍ତ ରହିଛି ୩୪୯ ଟଙ୍କାର ପ୍ଲାନର ପ୍ରିପେଡ୍ ରିଚାର୍ଜରେ ୩୦୦୦ ଟଙ୍କାର ଇନ୍‌ଷ୍ଟାଂଟ କ୍ୟାସବ୍ୟାକ୍ ଓ ପାର୍ଟନର ବ୍ରାଣ୍ଡରୁ ୭୦୦୦ ଟଙ୍କା ପର୍ଯ୍ୟନ୍ତ ଭାଉଚର । ଏହି ଅଫର ନୂଆ ଓ ପୁରୁଣା ଜିଓ ଉପଭୋକ୍ତାଙ୍କ ନିମନ୍ତେ ପ୍ରଯୁଜ୍ୟ ଅଟେ । ସର୍ତ ଓ ବ୍ୟବସ୍ଥାବଳୀ ଲାଗୁ ହେବ ।

Reliance Digital
Share. Facebook Twitter LinkedIn Email WhatsApp Copy Link

Related Posts

ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଉଦ୍‍ଯାପିତ, ଓଡ଼ିଶୀ ନୃତ୍ୟ ‘ଦୁର୍ଯ୍ୟୋଧନ’ ପରିବେଷଣ

September 10, 2025

ଟେକ୍ନୋ ଇଣ୍ଡିଆ ଗ୍ରୁପର କର୍ପୋରେଟ ଯୋଗାଯୋଗ ମୁଖ୍ୟଙ୍କ ସହ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ

September 10, 2025

ମହିଳାଙ୍କ ସୁରକ୍ଷାକୁ ନେଇ ଓଡିଶା ପୁଲିସ ପକ୍ଷରୁ ରାଜ୍ୟସ୍ତରୀୟ କର୍ମଶାଳା

September 10, 2025

ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା

September 10, 2025
Latest News

ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଉଦ୍‍ଯାପିତ, ଓଡ଼ିଶୀ ନୃତ୍ୟ ‘ଦୁର୍ଯ୍ୟୋଧନ’ ପରିବେଷଣ

September 10, 2025

ଟେକ୍ନୋ ଇଣ୍ଡିଆ ଗ୍ରୁପର କର୍ପୋରେଟ ଯୋଗାଯୋଗ ମୁଖ୍ୟଙ୍କ ସହ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ

September 10, 2025

ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଉଦୀୟମାନ ଧାବକ ଅନିମେଷ କୁଜୁରଙ୍କୁ କଲେ ପ୍ରଶଂସା, କହିଲେ… 

September 10, 2025

ମହିଳାଙ୍କ ସୁରକ୍ଷାକୁ ନେଇ ଓଡିଶା ପୁଲିସ ପକ୍ଷରୁ ରାଜ୍ୟସ୍ତରୀୟ କର୍ମଶାଳା

September 10, 2025

ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.