ଭୁବନେଶ୍ବର, ଗତକାଲି ରାଜ୍ୟରେ ମୋଟ ୨୮୬ଟି ସେସନ୍ ସାଇଟରେ ୧ମ ଏବଂ ୨ୟ ଡୋଜ୍ କୋଭିଡ୍ ଟୀକାକରଣ ହୋଇଛି। ଗତକାଲି ୩୪,୪୮୩ ଜଣ ହିତାଧିକାରୀଙ୍କୁ ଟୀକା ଦେବା ଲକ୍ଷ୍ୟ ରଖାଯାଇଥିବା ବେଳେ ୩୧,୩୮୦ ଜଣ ହିତାଧିକାରୀ ଟୀକା ନେଇଛନ୍ତି। ପ୍ରଥମ ଡୋଜ୍ ଟୀକା ନେଇଥିବା ସ୍ବାସ୍ଥ୍ୟସେବା ହିତାଧିକାରୀଙ୍କ ମଧ୍ୟରୁ ୨୬,୮୩୭ ଜଣଙ୍କୁ ୨ୟ ଡୋଜ୍ ଟୀକା ପ୍ରଦାନ ଦିଆଯାଇଛି।