ଆସନ୍ତା କାଲି ପ୍ରାର୍ଥୀପତ୍ର ଦାଖଲ କରିବେ ରାହୁଲ ଗାନ୍ଧୀ

Published: Apr 3, 2019, 5:45 pm IST
Rahul Gandhi to file nomination from Wayanad on Thursday

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଆସନ୍ତା କାଲି ଓ୍ବାୟାନାଡ୍‌ରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ଚଳିତ ଥର ରାହୁଲ୍‌ ଗାନ୍ଧି ଉତ୍ତରପ୍ରଦେଶର ଆମେଥି ଓ କେରଳର ଓ୍ବାୟାନାଡ଼ରୁ  ପ୍ରତିଦ୍ବନ୍ଦିତା କରୁଛନ୍ତି । ତେବେ ରାହୁଲ୍‌ ଗୁରୁବାର ଦିନ ୧୧ଟା ସମୟରେ ଓ୍ବାୟନାଡୁ ପାଇଁ  ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି କେରଳ କଂଗ୍ରେସର ବରିଷ୍ଠ ନେତା ରମେଶ ଚେନ୍ନିଥାଲା ପ୍ରକାଶ କରିଛନ୍ତି । ରାହୁଲଙ୍କ ଏହି ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟକ୍ରମରେ ତାଙ୍କ ଭଉଣୀ ତଥା ପୂର୍ବ ଉତ୍ତରପ୍ରଦେଶ ଦାୟିତ୍ବରେ ଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଯୋଗ ଦେଇ ପାରନ୍ତି । ଓ୍ବାୟାନାଡ ନିମନ୍ତେ ରାହୁଲ ହେଲିକପ୍ଟରରେ ଯିବେ । ଓ୍ବାୟାନାଡରୁ ୯୦ କିମି ଦୂରରୁ ଓହ୍ଲାଇ ରୋଡ୍‌ ଶୋ କରି ପ୍ରାର୍ଥୀପତ୍ର ଦାଖଲ ନିମନ୍ତେ ଯିବେ ରାହୁଲ । ରାହୁଲଙ୍କ ଆଗମନ ନେଇ କୋଝିକୋଡ ଏବଂ ଓ୍ବାୟାନାଡର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଥିବା ଜଣାପଡିଛି । ଏହି ରୋଡ୍‌ ଶୋରେ ବରିଷ୍ଠ କଂଗ୍ରେସ ନେତା ମୁକୁଲ ଓ୍ବାସନିକ୍‌, କେସି ଭେନୁଗୋପାଳ, ମୁଲ୍ଲାପଲ୍ଲୀ ରାମଚନ୍ଦ୍ରନ, କେ କୁହ୍ନାଲିକୁଟ୍ଟୀଙ୍କ ସହିତ ହଜାର ହଜାର ସମର୍ଥକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Related posts