Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବନ୍ୟା କ୍ଷତିଗ୍ରସ୍ତଙ୍କୁ ରିଲିଫ୍ ବଣ୍ଟନରେ ସରପଞ୍ଚଙ୍କ ପାତର ଅନ୍ତର: କୁହୁଳୁଛି ଅସନ୍ତୋଷ
ଆଜିର ଖବର

ବନ୍ୟା କ୍ଷତିଗ୍ରସ୍ତଙ୍କୁ ରିଲିଫ୍ ବଣ୍ଟନରେ ସରପଞ୍ଚଙ୍କ ପାତର ଅନ୍ତର: କୁହୁଳୁଛି ଅସନ୍ତୋଷ

February 22, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ଗତ ବନ୍ୟାରେ ବିଶେଷକରି ଧୋୟା ଅଞ୍ଚଳର ବହୁ ଗରିବ ଲୋକ କ୍ଷତିଗ୍ରସ୍ତ ହେବା ସହିତ ବନ୍ୟାପାଣି ଛାଡିବା ପର୍ଯ୍ୟନ୍ତ ସେମାନେ ବାତ୍ୟା ଆଶ୍ରୟସ୍ଥଳ ଓ ସ୍କୁଲ୍ ଗୁଡିକରେ ଆଶ୍ରୟ ନେଇଥିଲେ। ଆଶ୍ରୟ ସ୍ଥଳରେ ସେମାନଙ୍କୁ ସରକାରଙ୍କ ତରଫରୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ବନ୍ୟା ଜଳରେ କ୍ଷତିଗ୍ରସ୍ତ ହୋଇଥିବା ଗରିବ ଲୋକମାନଙ୍କ ପାଇଁ ସରକାର ରିଲିଫ୍ ଯୋଗାଇବା ସହିତ କିଛି ବେସରକାରୀ ସଂସ୍ଥା ପକ୍ଷରୁ ମଧ୍ୟ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଥିଲା।

କିନ୍ତୁ କିଛି ପଞ୍ଚାୟତର ଅପାରଗ ଅସାଧୁ କୁଜିନେତା ମାନଙ୍କ ଯୋଗୁଁ ବନ୍ୟାଜଳରେ ପ୍ରକୃତ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କୁ ଏହି ବେସରକାରୀ ରିଲିଫ୍ ସାମଗ୍ରୀ ଦିଆଯାଉ ନଥିବା ଅଭିଯୋଗ ହେଉଥିବା ବେଳେ କୁଚକ୍ରୀ କୁଜିନେତା ମାନେ ଚଞ୍ଚକତା କରି ନିଜର ଚେଲା ଚାମୁଣ୍ଡାମାନଙ୍କ ସହିତ ବହୁ ରିଲିଫ୍ ସାମଗ୍ରୀ ନିଜେ ଆତ୍ମସାତ କରିଥିବା ଚର୍ଚ୍ଚା ହେଉଛି।

ଅଭିଯୋଗ ଅନୁଯାୟୀ ତିର୍ତ୍ତୋଲ ବ୍ଲକ ପୋରଗଦେଇ ପଞ୍ଚାୟତ ରାଇଁତୋଳା ଗ୍ରାମର ରବିନ୍ଦ୍ର ନାଥ ସ୍ୱାଇଁ ଗତ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ତାଙ୍କର ମାଟି ଘରେ ବନ୍ୟାପାଣି ପଶି କାନ୍ଥ ପଡିଯିବା ସହିତ ବହୁ କ୍ଷୟକ୍ଷତି ହୋଇଥିଲା। ଏନେଇ ରବିନ୍ଦ୍ର ସରପଞ୍ଚଙ୍କୁ ଅବଗତ କରାଇଥିଲେ ମଧ୍ୟ ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ପଞ୍ଚାୟତକୁ ଆସୁଥିବା ରିଲିଫ୍ ଗୁଡିକୁ ସରପଞ୍ଚ ଆକ୍ରୋଶ ମୂଳକ ଭାବେ ତାଙ୍କୁ ଦେଉନାହାନ୍ତି କିନ୍ତୁ କ୍ଷତିଗ୍ରସ୍ତ ହୋଇ ନଥିବା ବହୁ ସଚଳ ଲୋକଙ୍କୁ ଦିଆଯାଉଛି ବୋଲି ସେ ଦୁଃଖର ସହିତ ପ୍ରକାଶ କରିଛନ୍ତି।

ସୂଚନାନୁଯାୟୀ ମହାଶକ୍ତି ଫାଉଣ୍ଡେସନ୍ ନାମକ ସଂସ୍ଥା ପକ୍ଷରୁ ବନ୍ୟା କ୍ଷତିଗ୍ରସ୍ତ ଲୋକମାନଙ୍କ ନିମନ୍ତେ ଉକ୍ତ ପଞ୍ଚାୟତରେ ଦୁଇଥର ରିଲିଫ୍ ବଣ୍ଟନ କରାଯାଇଥିବା ଜାଣିବାକୁ ମିଳିଛି। ଏଇ କିଛିଦିନ ପୂର୍ବେ ହଁସୁରା ପଞ୍ଚାୟତ ଖୋସାଲପୁର ଖେଳପଡିଆରେ ଏହି ରିଲିଫ୍ ବଣ୍ଟନ କରାଯାଇଥିବା ବେଳେ ତାଙ୍କୁ ଏହି ରିଲିଫ୍ ଦିଆଯାଇନଥିଲା। ସେହିପରି ଉକ୍ତ ପଞ୍ଚାୟତର ଚିନ୍ମୟୀ ସ୍ୱାଇଁ, ଶାନ୍ତି ମଲିକ ପରି ଅନେକ ବନ୍ୟା କ୍ଷତିଗ୍ରସ୍ତ ଗରିବ ଲୋକ ସରପଞ୍ଚଙ୍କୁ ନିଜର ଦୁଃଖ ଜଣାଇଥିଲେ ମଧ୍ୟ ସେମାନଙ୍କୁ ଏହି ରିଲିଫ୍ ପ୍ରଦାନ କରାଯାଇନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏକ ଭଙ୍ଗା ଚାଳିଆରେ ରହୁଥିବା ବନ୍ୟା କ୍ଷତିଗ୍ରସ୍ତ ଶାନ୍ତି ମଲିକ ନାମକ ବୃଦ୍ଧା ଓ ତାଙ୍କ ସ୍ୱାମୀ ରିଲିଫ୍ ସମ୍ପର୍କରେ ପଚାରିବାରୁ ଆମ ଦଳୀୟ ଲୋକ ଯିଏ ହୋଇଥିବ ଆମେ ତାଙ୍କୁ ଏହି ରିଲିଫ୍ ଦେବୁ କହିଥିଲେ ବୋଲି ଶାନ୍ତି ମଲିକ ଦୁଃଖର ସହ ପ୍ରକାଶ କରିଛନ୍ତି।

ଏମିତିକି ବନ୍ୟା କ୍ଷତିଗ୍ରସ୍ତ ଗରିବ ଲୋକଙ୍କ ପାଇଁ ବଣ୍ଟା ଯାଉଥିବା ଏହି ରିଲିଫ୍ ଗୁଡିକୁ କ୍ଷତିଗ୍ରସ୍ତ ହୋଇନଥିବା ବହୁ ସଚଳ ଲୋକ ସରପଞ୍ଚଙ୍କ ଜରିଆରେ ହାତେଇ ନେଇଥିବା କୁହାଯାଉଥିବା ବେଳେ ବାସ୍ତବରେ ବନ୍ୟା କ୍ଷତିଗ୍ରସ୍ତ ହୋଇଥିବା ଅନେକ ଗରିବ ଲୋକଙ୍କୁ ଏହି ରିଲିଫ୍ ପ୍ରଦାନ କରାଯାଇନାହିଁ ବୋଲି ଅଭିଯୋଗ ହେଉଛି। ଏନେଇ ଉକ୍ତ ପଞ୍ଚାୟତରେ ଅସନ୍ତୋଷର ନିଆଁ କୁହୁଳୁଥିବା ଚର୍ଚ୍ଚା ହେଉଛି।

ଏ ସମ୍ପର୍କରେ ମହାଶକ୍ତି ଫାଉଣ୍ଡେସନର କାର୍ଯ୍ୟକର୍ତ୍ତାଙ୍କୁ ପଚାରିବାରୁ ସେ କହିଛନ୍ତି ଆମ ଫାଉଣ୍ଡେସନ୍ ତରଫରୁ ଉକ୍ତ ପଞ୍ଚାୟତରେ ଯେଉଁମାନେ ରିଲିଫ୍ ପାଇଛନ୍ତି ସେମାନଙ୍କୁ ସରପଞ୍ଚ ଚିହ୍ନଟ କରି ଆମକୁ ଲିଷ୍ଟ ଦେଇଥିଲେ ବୋଲି ପ୍ରକାଶ କରିଥିଲେ। ସରପଞ୍ଚଙ୍କ ଏଭଳି କାର୍ଯ୍ୟକଳାପକୁ ନେଇ ପଞ୍ଚାୟତରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଉଥିବା ଜଣାପଡିଛି।

ବନ୍ୟା କ୍ଷତିଗ୍ରସ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ଆଚାର୍ଯ୍ୟ ବିଶ୍ୱରଞ୍ଜନ ହେଲେ ଓୟୁଜେ ରାଜ୍ୟ ସମ୍ପାଦକ

January 12, 2026

ସୋମନାଥ ସ୍ବାଭିମାନ ପର୍ବରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

January 12, 2026

ପିଏମଶ୍ରୀ ଭ୍ରମରବର ସରକାରୀ ଉଚ୍ଚ ବିଦ୍ୟାଳୟ ତମାଣ୍ଡୋରେ ପିଏମ ଶ୍ରୀ ଓ ବାର୍ଷିକ ଉତ୍ସବ ଉଦଯାପିତ

January 12, 2026

ଆଜି ଜାନୁୟାରୀ ୧୨ ତାରିଖ ସୋମବାରରେ ଜାଣନ୍ତୁ ସଂକ୍ଷେପରେ ରାଶିଫଳ, ଭାଗ୍ୟ ଓ ଭବିଷ୍ୟତ

January 12, 2026
Latest News

ଆଚାର୍ଯ୍ୟ ବିଶ୍ୱରଞ୍ଜନ ହେଲେ ଓୟୁଜେ ରାଜ୍ୟ ସମ୍ପାଦକ

January 12, 2026

ସୋମନାଥ ସ୍ବାଭିମାନ ପର୍ବରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

January 12, 2026

କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 12, 2026

ପିଏମଶ୍ରୀ ଭ୍ରମରବର ସରକାରୀ ଉଚ୍ଚ ବିଦ୍ୟାଳୟ ତମାଣ୍ଡୋରେ ପିଏମ ଶ୍ରୀ ଓ ବାର୍ଷିକ ଉତ୍ସବ ଉଦଯାପିତ

January 12, 2026

ଆଜି ଜାନୁୟାରୀ ୧୨ ତାରିଖ ସୋମବାରରେ ଜାଣନ୍ତୁ ସଂକ୍ଷେପରେ ରାଶିଫଳ, ଭାଗ୍ୟ ଓ ଭବିଷ୍ୟତ

January 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.