Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଚାର ମୈଦାନରେ ନବୀନ : କେନ୍ଦ୍ର ଉପରେ ବର୍ଷିଲେ
ଆଜିର ଖବର

ପ୍ରଚାର ମୈଦାନରେ ନବୀନ : କେନ୍ଦ୍ର ଉପରେ ବର୍ଷିଲେ

April 3, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
naveen on road show
naveen on road show

ଲୋକସଭା ନିର୍ବାଚନ ଓ ଓଡ଼ିଶାରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନବୀନ ପଟ୍ଟନାୟକ ବୁଧବାର ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ଚଳିତଥର ବିଜେଡି ସୁପ୍ରିମୋ ପ୍ରଚାରର ମଙ୍ଗ ଧରିଥିବା ବେଳେ ପୂରା ରାଜ୍ୟରେ ମାରାଥନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ମାରାଥନ ପ୍ରଚାରକୁ ସହଜ କରିବା ପାଇଁ ସ୍ୱତନ୍ତ୍ର ବସ ଆଣିଛି ବିଜେଡି । ପ୍ରଚାରର ପ୍ରଥମ ଦିନରେ ହିଁ ନବୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଗଂଜାମରେ ୬୦ କିଲୋମିଟର ରୋଡ ସୋ’ ଅବସରରେ ନିର୍ବାଚନୀ ସଭାରେ ସେ କହିଛନ୍ତି, ଅତୀତରେ ଓଡ଼ିଶାରେ ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଇଛି, ସେହି ସମୟରେ କେନ୍ଦ୍ର ସହଯୋଗର ହାତ ବଢ଼ାଇ ନାହିଁ କିନ୍ତୁ ଏବେ ଯେତେବେଳେ ନିର୍ବାଚନ ଆସିଛି କେନ୍ଦ୍ରୀୟ ନେତାମାନେ ରାଜ୍ୟକୁ ଆସୁଛନ୍ତି।  ବ୍ରହ୍ମପୁର ନିକଟ କନିଷି ଠାରେ ଆୟୋଜିତ ସଭାନେ ନବୀନ କହିଛନ୍ତି, କେନ୍ଦ୍ର ସରକାର ୨୦୧୪ ନିର୍ବାଚନୀ ଇସ୍ତାହାରରେ କହିଥିଲେ, କ୍ଷମତାକୁ ଆସିଲେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବେ, ମାତ୍ର ୫ ବର୍ଷ ପରେ ବି ଏହା ହୋଇ ପାରିଲା ନାହିଁ। ସେହିପରି କେନ୍ଦ୍ର ସରକାର ୧୦ କୋଟି ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ, ଏହା ମିଥ୍ୟା ପ୍ରମାଣିତ ହୋଇଛି ବୋଲି ନବୀନ କହିଛନ୍ତି । ଏହି ଅବସରରେ ନବୀନ ବିଜେଡ଼ି ସରକାର ଦ୍ବାରା କରାଯାଇଥିବା କାଳିଆ ଯୋଜନା ତଥା ଅନ୍ୟାନ୍ୟ ଜନହିତକାରୀ ଯୋଜନା ସମ୍ବନ୍ଧରେ କହିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ୧୩୬ ରନ୍ କରିବା ସତ୍ତ୍ୱେ ଅଷ୍ଟ୍ରେଲିଆକୁ କାହିଁକି ୧୩୧ ରନ୍ ର ଟାର୍ଗେଟ ଦିଆଯାଇଥିଲା?: ଜାଣନ୍ତୁ

October 19, 2025

ଦୀପାବଳିରେ କେଉଁ ଗ୍ରହ ସବୁଠାରୁ ସକ୍ରିୟ?, କେଉଁ ରାଶିର ଲୋକମାନେ ଭାଗ୍ୟବାନ

October 19, 2025

ଅଯୋଧ୍ୟା ଦୀପୋତ୍ସବରେ ରେକର୍ଡ, ୨୩ କୋଟିରୁ ଅଧିକ ଲୋକଙ୍କ ଆଗମନ, ଜଳିବ ୨୮ ଲକ୍ଷ ଦୀପ

October 19, 2025

ଚର୍ଚ୍ଚାରେ ବିଜୟଙ୍କ ସହ ରଶ୍ମିକାଙ୍କ ନିର୍ବନ୍ଧ: ଅଭିନନ୍ଦନ ମିଳିବା ପରେ ଅଭିନେତ୍ରୀଙ୍କ ଆସିଲା ପ୍ରତିକ୍ରିୟା

October 19, 2025
Latest News

ଅନ୍ତ୍ୟୋଦୟ ଗୃହ ଯୋଜନା: ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ୪୦ ହଜାର ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

October 19, 2025

ଭାରତ ୧୩୬ ରନ୍ କରିବା ସତ୍ତ୍ୱେ ଅଷ୍ଟ୍ରେଲିଆକୁ କାହିଁକି ୧୩୧ ରନ୍ ର ଟାର୍ଗେଟ ଦିଆଯାଇଥିଲା?: ଜାଣନ୍ତୁ

October 19, 2025

ପାକିସ୍ତାନକୁ ସମର୍ଥନ କରିବା ମହଙ୍ଗା ପଡିଲା: ତୁର୍କୀକୁ ବୁଦ୍ଧି ଶିଖାଇଲେ ଭାରତୀୟ

October 19, 2025

‘ମେଣ୍ଟ ଭାଙ୍ଗିବା ବନ୍ଦ କରନ୍ତୁ ଲାଲୁ ଯାଦବ’: ଏଭଳି କାହିଁକି ଆକ୍ରମଣ କଲେ ପପୁ ଯାଦବ?

October 19, 2025

ଦୀପାବଳିରେ କେଉଁ ଗ୍ରହ ସବୁଠାରୁ ସକ୍ରିୟ?, କେଉଁ ରାଶିର ଲୋକମାନେ ଭାଗ୍ୟବାନ

October 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.